ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନ୍କ୍ଲେଭ୍ 2025

ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନ୍କ୍ଲେଭ୍ 2025 ଭଦ୍ରକ, 22.01.2025: ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି (DIPA), ଭଦ୍ରକ, ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର ଙ୍କ ସହଯୋଗରେ ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନ୍କ୍ଲେଭ୍ 2025 ପ୍ରସାର ପାଇଁ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଚାର ସଭାର ସଫଳ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ସୂର୍ଯ୍ୟ କାନ୍ତ ବେହେରା ଆଇ ପି ଓ ଶଶିକାନ୍ତ ବେହେରା, ଓ ଏ ଏସ ଏମ୍ ଇ ସଚିବ,ସୁଶାନ୍ତ ନାୟକ , ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଅନ୍ୟାନ୍ୟ ଡିଆଇସି ଅଧିକାରୀମାନେ ଏବଂ ଅନେକ ସ୍ଥାନୀୟ ଉଦ୍ୟୋଗପତି ଓ ପ୍ରମୋଟରମାନଙ୍କର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନ୍କ୍ଲେଭ୍ 2025 ର ଶିଳ୍ପ ଉନ୍ନୟନ ଓ ନବୋନ୍ମେଷ ପାଇଁ ମହତ୍ତ୍ୱ ବିଷୟରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ୍ଣ ବ୍ୟାଖ୍ୟା ଏବଂ ଉଦ୍ୟୋଗପତିମାନଙ୍କୁ ଭାଗୀଦାର କରିବା ପାଇଁ ଉତ୍ସାହିତ କରାଯାଇଥିଲା ।ମେକ୍ ଇନ ଓଡିଶା ୱେବସାଇଟ୍ ବିଷୟରେ ପ୍ରସ୍ତାବନା ଓ ଏହାର ବିଶେଷତା ଏବଂ ସୁବିଧା ବିଷୟରେ ଅବଗତ କରାଯାଇଥିଲା ।ଜମା ପ୍ରକ୍ରିୟା ସହଜ କରିବାକୁ ଏକ ଅନ୍ ଦ୍ୟ ସ୍ପଟ୍ IIF ଡ୍ରାଇଭ୍ ଆୟୋଜନ ବିଷୟ ରେ ମଧ୍ୟ ସୂଚନା ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଆଗାମୀ ମେକ୍ ଇନ ଓଡିଶା କନ୍କ୍ଲେଭ୍ 2025 ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଜିଲ୍ଲାର ଶିଳ୍ପ ଉନ୍ନୟନରେ ସ୍ଥାନୀୟ ଉଦ୍ୟୋଗପତିମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରିବା। ସଭାରେ, ଡେପୁଟି କଲେକ୍ଟର ପ୍ରକାଶ କରିଥିଲେ ଯେ, ଏକ ଉଦ୍ୟମ ବନ୍ଧୁବତ୍ତପୂର୍ଣ୍ଣ ପରିବେଶ ତିଆରି କରିବାର ଆବଶ୍ୟକତା ଓ କନ୍କ୍ଲେଭ୍ ଦ୍ୱାରା ମିଳୁଥିବା ସୁଯୋଗଗୁଡ଼ିକୁ କିପରି ତାର ଲାଭ ଉଠାଇପାରିବ।ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ଭାବେ ସମାପ୍ତ ହୋଇଥିଲା, ଯେଉଁଠାରେ ଭାଗୀଦାରମାନେ ଉତ୍ସାହ ଜଣାଇଥିଲେ ଏବଂ ମେକ୍ ଇନ ଓଡିଶା କନ୍କ୍ଲେଭ୍ ରେ ସକ୍ରିୟ ଭାବେ ଭାଗ ନେବା ପାଇଁ ପ୍ରତିବଦ୍ଧ ହୋଇଥିଲେ। —ପ୍ରକାଶିତ ଦ୍ୱାରା:ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି (DIPA), ଭଦ୍ରକ

Leave a Reply

Your email address will not be published. Required fields are marked *