ବିଭିନ୍ନ ଯାଗା ଓ ଉଦ୍ୟାନ ଲୋକାର୍ପିତ
ପୁରୀ- ତା.୦୩.୦୫.୨୦୨୨- ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ମଙ୍ଗଳବାର ୧୧ଟି ସ୍ଥାନର ପୁନଃରୁଦ୍ଧାର କାର୍ଯ୍ୟ ଲୋକାର୍ପିତ ହୋଇଯାଇଛି । ସଂପୃକ୍ତ ଯାଗାର ସଂପାଦକ, ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଏହାକୁ ଉଦଘାଟନ କରିଛନ୍ତି । ପ୍ରାୟ ଏକ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଜାତୀୟ ବ୍ୟାୟାମ କ୍ରୀଡା ପରିଷଦ, ପାଣ୍ତ ଯାଗା, ବୁଢୀ ମା ତୋଟା, ପାଣିଆ ତୋଟା, ଭଟ୍ଟ ଯାଗା, ମୁଦୁଲି ଯାଗା,ଜାତୀୟ କ୍ରୀଡା,ଖୁଣ୍ଟିଆ ଯାଗା,ଯଦୁ ତିଆଡି ଯାଗା, ନୂଆ ତୋଟା ଯାଗା, ଲୁହା ଗଡ ଯାଗାର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଏଠାରେ ପେଭର ବ୍ଲକ, ଚତୁଃପାର୍ଶ୍ବ ବାଡ, ୱାଲ ପେଣ୍ଟିଂ, ଜିମ ଉପକରଣ, ଶିଶୁ ମାନଙ୍କ ଖେଳ ସାମଗ୍ରୀ, ପାଦ ଚଲା ରାସ୍ତା ଆଦି ନିର୍ମାଣ କରାଯାଇଛି ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ଵାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ବେହେରା, ପୌର ସଂସ୍ଥା ଯନ୍ତ୍ରୀ ଶ୍ରୀ ଭବାନୀ ଶଙ୍କର ମହାନ୍ତି, ସହାୟକ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଜୟନ୍ତ କୁମାର ମୈତ, ଶ୍ରୀ ଦେବବ୍ରତ ଷଡଙ୍ଗୀ, ଶ୍ରୀ ଦେବଦତ୍ତ ରାୟ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ପ୍ରମୁଖ, ପରାମର୍ଶଦାତା ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।
