ରାୟଗଡ଼ାରେ ବେଦ ପ୍ରଚାରକ ବିରେନ୍ଦ୍ର ପଣ୍ଡାଙ୍କ ତ୍ରିଦିବସୀୟ ଯଜ୍ଞ ଓ ପ୍ରବଚନ
ରାୟଗଡା ୦୭-୦୩-୨୫ ରାୟଗଡା ସହର ଅନ୍ତର୍ଗତ ଗୋଦାବରୀଶ ନଗରସ୍ଥିତ ଶ୍ରୀ ଜଗନ୍ନାଥ ସତସଙ୍ଗ ସମିତି ପକ୍ଷରୁ ତ୍ରିଦିବସୀୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗର ସଭାପତି ଶ୍ରୀ ଲକ୍ଷ୍ମଣ ରଥଙ୍କ ଆବାହକତ୍ୱରେ ପରିଚାଳିତ ଏହି ବୈଦିକ ଯଜ୍ଞ ଉତ୍ସବରେ ଦୟାନନ୍ଦ ଗୁରୁକୁଳର ସଂସ୍ଥାପକ ପୂଜ୍ୟ ବିରେନ୍ଦ୍ର ପଣ୍ଡା ପ୍ରବାଚକ ଭାବେ ଯୋଗ ଦେଇଥିବାବେଳେ ରାୟଗଡା ଆର୍ଯ୍ୟ ସମାଜର ସଭାପତି ଶ୍ରୀ ରାଜକିଶୋର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡା ଗାୟତ୍ରୀ ମଡେଲ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହେବା ପାଇଁ ମାର୍ଗ ଦର୍ଶନ କରିବା ସହ ରାୟଗଡାଆର୍ଯ୍ୟ ସମାଜ, ନବ ଜୀବନ ଆଦିବାସୀ ଛାତ୍ରୀ ନିବାସ ରାୟଗଡା, ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିର ମହିଳା ସତସଙ୍ଗମଣ୍ଡଳୀର ସଦସ୍ୟାମାନଙ୍କୁ ବୈଦିକ ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀ ପଣ୍ଡା ଓ ଟି ଭି ର ବାଳକେ କର ମୋ ବୋଲ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସଂସ୍କାରିତ କରିବା ପାଇଁ ଧାରାବାହିକ ଭାବରେ ସରଳ ଭାଷାରେ ଉପଦେଶ ଦେଇ ଆସୁଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରୀ ପଣ୍ଡାଙ୍କ ପ୍ରବଚନ ଶୁଣିବାକୁ ସହରର ବୁଦ୍ଧିଜୀବୀ , ମହିଳା, ପୁରୁଷ ଯୋଗ ଦେଇଥିବା ବେଳେ ସକାଳେ ବୈଦିକ ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ ।
ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
