୫ଟି ଗୋରୁ ବୋଝେଇ ଗାଡି ଜବତ

କାମାକ୍ଷାନଗର– ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ବରକୋଳି ଗ୍ରାମ ନିକଟରୁ ୫ ଟି ଗୋରୁ ବୋଝେଇ ଗାଡି ଅଟକ।ଗାଡିରେ ଥିବା ୨୬ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ,ଚାଲାଣ କରୁଥିବା ୧୧ ଜଣ ମାଫିଆଙ୍କୁ ଅଟକ ରଖିଲା ପୋଲିସ। ଥାନା ଅଧିକାରୀ ପ୍ରଦୀପ ରଂଜନ ପାତ୍ର ବିଶେଷ ସୂତ୍ରରୁ ଖବର ପାଇ ସଦଳବଳେ ବରକୋଳି ନିକଟରେ ଜଗି ରହିଥିବା ବେଳେ ଗୋରୁ ଚାଲାଣ ସମୟରେ ଅଟକାଇଥିଲେ।ଗୋରୁ ମାନଙ୍କୁ ଅତି ଦୟନୀୟ ଭାବରେ ବନ୍ଧା ଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା।ଏହି ବାଟ ଦେଇ ପ୍ରତ୍ୟେକ ଦିନ ସହ ସହ ସଂଖ୍ୟାରେ ଗୋରୁ ଚାଲାଣ ହେଉଥିବାର ଖବର ରହିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଗୋରୁ ଚାଲାଣ କରାଯାଉଥିଲା।ସମସ୍ତ ଗୋରୁ ଉଦ୍ଧାର କରାଯାଇ ଥାନା ପରିସରରେ ରଖାଯାଇଛି। ଏହାସହ ୧୧ ଜଣ ଗୋରୁ ମାଫିଆଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପଲିସ।ଜବତ ହୋଇଥିବା ଗାଡି ଗୁଡିକ ପୂର୍ବରୁ ମଧ୍ୟ ଗୋରୁ ଚାଲାଣ ହେଉଥିବାରୁ ଥାନା ତରଫରୁ ଜବତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଥାନାରୁ ରିଲିଜ ହେବା ପରେ ପୂଣି ଗୋରୁ ଚାଲାଣ କରାଯାଉଛି।

ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *