ପରିବହନ ବିଭାଗ ତରଫରୁ ଗାଡି ଯାଞ୍ଚ

ପରିବହନ ବିଭାଗ ତରଫରୁ ଗାଡି ଯାଞ୍ଚ (ଫଟୋ)

୩୯ ଗୋଟି ଗାଡ଼ି ରୁ ଏକ ଲକ୍ଷ ୬୯ ହଜାର ଟଙ୍କା ଫାଇନ

ଭଦ୍ରକ ୨୬/୮ ଦୁର୍ଘଟଣା ରୋକିବାକୁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଯେତେ ସଚେତନତା କରା ଗଲେବି ସେ ସବୁ କୁ ଅମାନିଆ ଗାଡି ଚାଳକ ମାନେ ଫୁ କରିଦେଉଛନ୍ତି।ଫଳରେ ଭଦ୍ରକ_ ଚାନ୍ଦବାଲି ରାଜ୍ୟ ରାଜପଥ ରେ ଦିନ କୁ ଦିନ ଦୁର୍ଘଟଣା ଘଟିବାରେ ଲାଗୁଛି।ତେଣୁ ଏହାକୁ ରୋକିବାକୁ ଭଦ୍ରକ ଜିଲ୍ଲା ପାଳ ଦିଲ୍ଲୀପ ରାଉତ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳ ବାର ଏହି ରାଜ୍ୟ ରାଜପଥ ର ଇଚ୍ଛା ପୁର ବାଲି ବିଲି ଠାରେ ଗାଡି ଯାଞ୍ଚ କରାଯାଇଛି।ଏହି ଯାଞ୍ଚ ବେଳେ ୩୯ ଗୋଟି ଗାଡ଼ି ରୁ ଏକ ଲକ୍ଷ ୬୯ ହଜାର ଟଙ୍କା ର ଚାଲାଣ କଟା ଯାଇଥିବା ଜଣା ପଡିଛି। ଏହି ଯାଞ୍ଚ ସମୟରେ ଜିଲ୍ଲା ସଡ଼କ ସୁରକ୍ଷା ଅଧିକାରୀ ଅବଦୁଲ ରହିମ, ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, ଜୁନିଅର ଏମ ଭି ଆଇ ପ୍ରିୟଙ୍କା ପ୍ରଧାନ, ଅତିରିକ୍ତ ଟ୍ରାଫିକ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ନାୟକ ଙ୍କ ସମେତ ପରିବହନ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଆଗାମୀ ଦିନ ରେ ଏହି ଯାଞ୍ଚ ପ୍ରକ୍ରିୟା ଜୋରଦାର ହେବ ବୋଲି ବିଭାଗ ସୂତରୁ ପ୍ରକାଶ।

Leave a Reply

Your email address will not be published. Required fields are marked *