ବେଦାନ୍ତ ଫେକର କମ୍ପାନୀ ଦ୍ବାରା ଶ୍ରମିକ ମାନଙ୍କ ଛଟେଇ ପ୍ରତିବାଦରେ ୪ ଦିନ ହେବ ଧାରଣାରେ ବସିଛନ୍ତି ଶ୍ରମିକ ସଂଘ
ଆଜି ଭଦ୍ରକ ଜିଲ୍ଲାର ବେଦାନ୍ତ ଫେକର ଆଜକୁ ୩ ମାସ ହେଲା ଗୋଟିଏ ଫର୍ଦ୍ଦେଶକୁ ବାହାନା କରି ବନ୍ଦ କରିବା ସହିତ ପ୍ରାୟ ୩୦୦ ରୁ ଉର୍ଦ୍ଧ ଶ୍ରମିକଙ୍କୁ ସାମୁହିକ ଭାବେ କାର୍ଯ୍ୟରୁ ଛଟେଇ କରିଥିଲେ । ଗତ ତା ୧୧.୨.୨୫ରିଖ ଦିନ ବେଦାନ୍ତ ଅଧିନରୁ ଠିକାଦାର ପି.ଏ.ପି.ଏଇ ଙ୍କୁ କାର୍ଯ୍ୟରୁ ବାହାର କରିବା ସହିତ ପି.ଏ.ପି.ଏଲ ଅଧିନରେ ଅବା ସମସ୍ତ ଶ୍ରମିକଙ୍କୁ ଛଟେଇ କରିଛନ୍ତି । ନିଜ ପଞ୍ଚାୟତରେ ଜମି ଦେଇ ଧୂଳି ଧୂଆଁ ଖାଇ ପାଠ ପଢ଼ି ବେକାର ହୋଇ ରହିବା ସହିତ ପରିବାରମାନଙ୍କ ଭରଣପୋଷଣ କରିବା ସମ୍ଭବପର ନୁହେଁ । ଯଦି 1 କମ୍ପାନୀ ଫର୍ଦେଶକ କାର୍ଯ୍ୟକ୍ଷମ କରିବା ପାଇଁ କଞ୍ଚାମାଲ ସଂଗ୍ରହ କରୁଛି, କାହାକୁ ନେଇ ଉତ୍ପାଦନ କରିବ ? ପି.ଏ.ପି.ଏଲ ଠିକାଦାରଙ୍କୁ ବାହାର କଲେ ଆମର କୌଣସି ଆପତ୍ତି ନାହିଁ କିନ୍ତୁ ଆମ୍ଭେମାନେ ୨ ବର୍ଷ ଧରି କାମ କରୁଥିବା ଶ୍ରମିକଙ୍କୁ କମ୍ପାନୀର ନିଯୁକ୍ତି ଦିଆଯାଉ ବୋଲି ୫ ଟି ପଞ୍ଚାୟତ ର ସରପଞ୍ଚ ଦାବୀ ରଖିଛନ୍ତି। ଯଦି ଦାବୀ ପୂରଣ ନହେଲେ। ବେଦାନ୍ତ ଫେକର ଗେଟ୍ ବନ୍ଦ କରିଦେବା ପାଇଁ ଚେତାବନୀ ଦେଇଛନ୍ତି।
