ଭେଙ୍କଟେଶ୍ବର ସ୍କୁଲର ବାର୍ଷିକ ଉତ୍ସବ

କୋଣାର୍କ,୨୨।୩- କୋଣାର୍କ ଭେଙ୍କଟେଶ୍ବର ଇଂଲିଶ ମିଡିୟମ୍ ସ୍କୁଲର ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷକ ପ୍ରସାଦ ରଂଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଓସେପା ଯୁଗ୍ମ ନିର୍ଦ୍ଦେଶକ ହିମାଂଶୁ ଭୁଷଣ ସାମର୍ଥ, ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ, ଆର୍ୟବ୍ରତ ଏକାଡେମୀ ଅଧକ୍ଷା ଡଃ ଦୀପ୍ତିମୟୀ ମହାନ୍ତି, ଅଭିନେତା ଜଗଦୀଶ ପ୍ରୀତିରାଜ ଶତପଥି, ବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷାବିତ୍ ଗୁଣନିଧି ମୁଦୁଲି, ନିର୍ଦ୍ଦେଶକ ମାନସ କୁମାର ମୁଦୁଲି, ସମ୍ପାଦକ ପ୍ରତାପ ମୁଦୁଲି ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା

ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି କାମନା କରିବା ସହିତ ଆଗାମୀ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ ରଖିବାକୁ ଉପଦେଶ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ବାତି ସୁଚରିତା ଦାଶ ସଞ୍ଚାଳନ କରିଥିବାବେଳେ ଶିକ୍ଷୟିତ୍ରୀ ବିସ୍ମିତା ମହାପାତ୍ର, ସଂଘମିତ୍ରା ତ୍ରିପାଠୀ, ଗୀତାଞ୍ଜଳି ମହାରଣା, ,ସସ୍ମିତା ଖଟୋଇ, ବିଶ୍ୱଜିତ ବେହେରା, ଶ୍ରଦ୍ଧାଞ୍ଜଳି ପ୍ରୀୟଦର୍ଶନୀ ସାହୁ, ଲକ୍ଷ୍ମିପ୍ରୀୟା ମହାପାତ୍ର,ଅନୁପମା କର,ଅମୀୟ ବାରିକ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କର୍ମକର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *