ଟ୍ରେନରେ ବୈଷକ ତ୍ରୁଟି

ଟ୍ରେନରେ ବୈଷକ ତ୍ରୁଟି, 3 ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ, ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ Ar – ଟ୍ରେନରେ ତ୍ରୁଟି ଯୋଗୁଁ ଦୀର୍ଘସମୟ ଧରି ଅଟକିଲେ ଯାତ୍ରୀ। ପୁରୀ-ଶାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସର S 4 ବଗିରେ ଗୁରୁତର ବୈଷୟିକ ତ୍ରୁଟି ଯୋଗୁଁ ଦୀର୍ଘସମୟ ପର୍ଯ୍ୟନ୍ତ ଟ୍ରେନ୍ ଟି 8 ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିଲା। ଗତକାଲି ରାତିରେ ପୁରୀ ରେଳଷ୍ଟେସନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ପୁରୀ-ଶାଲିମାର୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସର S4 ବଗିର ଏୟାର ବେଲୋ ଲିକେଜ୍ ରହିଥିବା ଯୋଗୁଁ ଗତକାଲି ଟ୍ରେନଟି ରାତି 10.40 ରେ 8 ନମ୍ବର ପ୍ଲାଟଫର୍ମରୁ ଛାଡିବାକୁ ଥିବାବେଳେ ତ୍ରୁଟି ଥିବା ବଗିର ମରାମତି ଯୋଗୁଁ ପ୍ରାୟ ରାତି 1.30 ପର୍ଯ୍ୟନ୍ତ ଏହା ଛାଡିନଥିଲା। ବୈଷୟିକ ତ୍ରୁଟି ଥିବା ବଗିଟି ମରାମତି ହେବାପରେ ଟ୍ରେନ୍ ଚଳାଚଳ ସ୍ୱଭାବିକ୍ ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ 10.40 ସମୟରୁ ପ୍ରାୟ ରାତି 1.30 ଅର୍ଥାତ ପ୍ରାୟ ତିନିଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀ ମାନେ କଲବଲ ହୋଇଥିଲେ।

Leave a Reply

Your email address will not be published. Required fields are marked *