ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମିକ୍ଷା କଲେ ବିଡ଼ିଓ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପିମ୍ପଳମାଧବ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମିକ୍ଷା କଲେ ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ।ତାଙ୍କ ସହିତ ନିର୍ବାହୀ ଯନ୍ତ୍ରୀ ଲିପସା ସାମଲ ମଧ୍ୟ ଉପସ୍ଥିତ ଥିଲେ।ପିମ୍ପଳମାଧବ ପଞ୍ଚାୟତ ର ସରକାରୀ ଖୁଚୁରା ବ୍ୟବସାୟ , ବିକଶିତ ଗାଁ ବିକଶିତ ଓଡ଼ିଶା, ଅଙ୍ଗନବାଡ଼ି କେନ୍ଦ୍ର ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସରକାରୀ ଖୁଚୁରା ବ୍ୟବସାୟ ସୁଦିପ୍ତ କୁମାର ନାୟକ କୁ ତାଗିଦ୍ କରିବା ସହିତ ୨୦ ରୁ ଉର୍ଦ୍ଧ୍ବ ରାସନ କାର୍ଡ ସିଜ୍ କରି ଖୁବ୍ କମ୍ ଦିନ ମଧ୍ୟରେ ଡିଲରଙ୍କୁ ବ୍ଲକ ରେ ସମସ୍ତ ସଠିକ୍ କାଗଜପତ୍ର ଜମା କରିବା ପାଇଁ ତାଗିଦ୍ କରିଥିଲେ।ଏଥି ସହିତ ପଞ୍ଚାୟତ ର ବେକେୟା କାର୍ଯ୍ୟ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ବିଡ଼ିଓ ଙ୍କ ସହିତ ସରପଞ୍ଚ ଅଶୋକ କୁମାର ନାୟକ,ଏଡିଓ ସୁଧାଂଶୁ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। ପିମ୍ପଳମାଧବ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଗେଇଚାଲିଥିବା ବିଡ଼ିଓ କହିଛନ୍ତି।
