ସେଞ୍ଚୁରିୟନ ଛକରୁ ଧଳାଜହର ଜବତ,ଯୁବକ ଗିରଫ
ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଛକରୁ ଚଢ଼ଉ କରି ଧଳାଜହର ବିକ୍ରି କରୁଥିବା ଅଭିଯୋଗରେ ଜଟଣୀ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ନୂଆଗାଁ ସ୍ଥିତ ଗାନ୍ଧୀ ନଗରର ଅଜୟ ନାୟକ ଓରଫ ନନ୍ଦୁ l ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିୟାରସିଂହଙ୍କ ସୂଚନାନୁସାରେ ସେଞ୍ଚୁରୀୟନ ଛକ ଠାରେ ଜଣେ ଯୁବକ ଅଭିଯୁକ୍ତ ଧଳାଜହର ବିକ୍ରି କରୁଥିବା ଜଟଣୀ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଜଟଣୀ ପୁଲିସର ସ୍ବତନ୍ତ୍ର ଦଳ ସେଠାରେ ଅତର୍କିତ ଚଢ଼ଉ କରି ଜଣେ ଯୁବକ ନିଶା ବେପାରୀଙ୍କୁ କାବୁ କରି ନେଇଥିଲା। ଯୁବକଙ୍କ ହେପାଜତରୁ ୧୦.୭୫ଗ୍ରାମ ଧଳାଜହର ଏବଂ ଏକ ମୋଟର ସାଇକଲକୁ ପୁଲିସ ଜବତ କରିଥିଲା l ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଜଟଣୀ ଥାନାରେ ତା ନାମରେ ୨୬ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି l
