ଗଣିଆରେ ଭିଜିଲାନ୍ସ ଟିମର ଚଢା,୧୨ ଘଣ୍ଟା ପରେ ଖୋଲିଲା ଘର

ଗଣିଆରେ ଭିଜିଲାନ୍ସ ଟିମର ଚଢା,୧୨ ଘଣ୍ଟା ପରେ ଖୋଲିଲା ଘର

ଗଣିଆ -ଗଣିଆ ବ୍ଳକ କରଡାପଡା ଗ୍ରାମରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାଶିପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କର ୯ଟି ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ଗଣିଆ ବ୍ଳକ କରଡାପଡାରେ ଥିବା ତାଙ୍କ ଶଶୁର ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି । ଭିଜିଲାନ୍ସ ଟିମ୍ ସକାଳ ୫ ଘଟିକାରେ କରଡାପଡାରେ ପହଞ୍ଚି ଥିଲେ ମଧ୍ୟ ତାଙ୍କ ଶଶୁର ଘର ତାଲା ପଡ଼ିଥିଲା । ଶଶୁର ତ୍ରିଲୋଚନ ସାହୁ ଘର ତାଲା ପକାଇ ଚାଲିଯାଇଥିଲେ । ଦୀର୍ଘ ୧୨ ଘଣ୍ଟା ଅପେକ୍ଷା କରିବା ପରେ ଅପରାହ୍ନ ୪ ଘଟିକା ସମୟରେ ତ୍ରିଲୋଚନ ଆସି ପହଞ୍ଚିଥିଲେ । ତେବେ ତାଙ୍କ ଘରୁ କୈାଣସି ସାମଗ୍ରୀ ମିଳିନଥିଲା । ଭିଜିଲାନ୍ସ ଟିମ୍ ତାଙ୍କୁ ପଚରାଉଚରା କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏହି ଚଢ଼ାଉରେ ନବରଙ୍ଗପୁର ଡିଏସପି ଜୟଶ୍ରୀ ପ୍ରଧାନ,ନୂଆପଡା ଡିଏସପି ଦିନବନ୍ଧୁ ବେହେରା,ନୟାଗଡ ଭିଜିଲାନ୍ସ କନେଷ୍ଟବଳ ଭବାନୀ ଶଙ୍କର ପଟ୍ଟନାୟକଙ୍କ ସହିତ ଏକ ୯ ଜଣିଆ ଟିମ୍ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *