ବନବିଭାଗ ରେଞ୍ଜର ଙ୍କ ଘରେ ଭିଜିଲାନ୍ସ ଚଢାଉ।
ବନବିଭାଗ ରେଞ୍ଜର ଙ୍କ ଘରେ ଭିଜିଲାନ୍ସ ଚଢାଉ।ବିପୁଳ ପରିମାଣର ସମ୍ପତ୍ତି ଠାବ।ରଘୁନାଥପୁର ତା ୨୦/୧୨:- କଟକ ଭିଜିଲାନ୍ସ କୋଟ ନିର୍ଦେଶ ଅନୁଯାୟୀ ଶନିବାର ଭୋରସମୟରୁ କଟକ ଏବଂ ଜଗତସିଂହପୁର ର ଭିଜିଲାସନ୍ସ ଅଧିକାରୀ ମାନେ ବନବିଭାଗ ରେଞ୍ଚର ରାଜେନ୍ଦ୍ର ସାମନ୍ତରାୟଙ୍କ ପୈତୃକ ବାସଭବନ ସମେତ ୪ଗୋଟି ସ୍ଥାନରେ ଏକକାଳିନ ରେଡକରିଥିବା ଜଣାଯାଇଛି।ଏହି ସ୍ଥାନଗୁଡିକ ମଧ୍ୟରେ ତାଙ୍କର ପୈତୃକ ବାସଭବନ ସାମନ୍ତରା ପୁର ଗ୍ରାମ,ସରକାରୀ ବାସଭବନ, ସରକାରୀ କାର୍ଯ୍ୟାଳୟ ଓ ଜଗତସିଂହପୁର ଚାଟରାରେ ଥିବା ୩ ମହାଲା ବିଶିଷ୍ଟ ବିଳାସ ପୂର୍ଣ୍ଣ ବାସଭବନ ଅନ୍ତର୍ଭୁକ୍ତ।ଖରନେବାରେ ଜଣାଯାଇଛି ଯେ ବନରଘୁନାଥପୁରବ୍ଲକ ଅଧିନ ବିଦ୍ୟାଧରପୁର ପଞ୍ଚାୟତ ସାମନ୍ତରାପୁର ସ୍ଥିତ ରେଞ୍ଚରଙ୍କ ବାସଭବନ କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଘେରାଉରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।ପରେପରେ ଖବର ମିଳିଲା ଯେ ରେଞ୍ଚର ସାମନ୍ତରାୟ ଙ୍କ ଆୟବର୍ହିବୁତ ସମ୍ପତିର ହିସାବ କିତାବପାଇଁ ୪ଗୋଟିସ୍ଥାନରେ ମଧ୍ୟ ଚଢାଉ ଜାରିରହିଛି।ଏହି ବନଅଧିକାରୀ ଜଣକ ପ୍ରଥମେ ୧୫ଶହଟଙ୍କା ଦରମାରେ ନିଜର ଚାକିରୀ କାଳଆରମ୍ଭ କରି ଆଜିର ଦିନରେ କୋଟିକୋଟି ଟଙ୍କାର ମାଲିକ ହୋଇଥିବା କଥା ଭିଜିଲାନ୍ସ ଅଧିକାରୀ ମାନଙ୍କୁ ତାଜୁବ କରିଛି।ମୋଟ ୨ଶହ ଗ୍ରାମ ସୁନାଅଳଙ୍କାର ସହିତ ନଗଦ ପ୍ରାୟ ୪ଲକ୍ଷ ଟଙ୍କା,ବ୍ୟାଙ୍କ ଜମାଖାତାରୁ ୬୭ ଲକ୍ଷ, ଜଗତସିଂହପୁର ଟାଉନ ରେ ୨ଟି ପ୍ଲଟ ଓ କଟକ ଟାଉନ ରେ ଗୋଟିଏ ପ୍ଲଟଠାବ ହୋଇଥିଛି।

ଏଥିସହିତ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।ଏହି ଆୟ ବର୍ହିବୁତ ଚଢଉ ଟି ଜଗତସିଂହପୁର ଭିଜିଲାନ୍ସ ଡିଏସପି ଅନୁପମା ସାହୁ ଙ୍କ ନେତୣତ୍ୟରେ ପରିଚାଳିତ ହୋଇଥିବାବେଳେ ୪ଟି ସ୍ଥାନର ରେଡପାଇଁ ୨ଜଣ ଆଡସିନାଲ ଏସପି,୫ଜଣ ଡିଏସପି ଓ ୮ଜଣ ଇନିସପେକ୍ଟର ନିୟୋଜିତ ରହିଥିଲେ। ଆହୁରି ମଧ୍ୟ ଅଧିକ ସହାୟତା ପାଇଁ ଜଣେ ଫାଇନାନ୍ସସିଆଲ ଅଫିସର, ଜଣେ ଆୟକର ପରାମର୍ଶ ଦାତା, ଜଣେ ଚାଟାଡଆକାଉଣ୍ଟାନ ସହିତ ଜଣେ ସହକାରୀ ଯନ୍ତ୍ରୀ ସାମିଲ ହୋଇଥିଲେ।ସଂନ୍ଧ୍ୟାସୁଧା ଭିଜିଲାନ୍ସ ଅଧିକାରୀ ମାନେ ରେଞ୍ଚର ସାମନ୍ତରାୟ ଙ୍କୁ ଅଧିକ ପଚରାଉଚରା ପାଇଁ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଥିବା ଜଣାଯାଇଛି।୬୭ତେବେ ରଘୁନାଥପୁର ଅଞ୍ଚଳରେ ବହୁଧିକାରୀ ମାନେ ଦିର୍ଘବର୍ଷଧରି ରାଜସ୍ବଲୁଟ କରି କୋଟିକୋଟିଟଙ୍କା ର ମାଲିକ ହୋଇଛନ୍ତି। ସେମାନଙ୍କ ଉପରେ ଭିଜିଲାନ୍ସ ଚଢାଉକେବେ ହେବ ବୋଲି ସାଧାରଣରେ ଆଲୋଚନା ଏଉ ଥିବାର ଜଣାପଡିଛି। ଆଉମଧ୍ୟ ବନ ବିଭାଗର ଅନ୍ୟ କର୍ମଚାରୀ ମାନଙ୍କ ପାଳି କେବେ କେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ର ଜଣାଯାଇଛି।
