ପଞ୍ଚାୟତ ରେ ହୋଇଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ର ବିବରଣୀ ଦେବ ସଚେତନ ରଥ

:ଆମ ଓଡ଼ିଶା ନବୀନ ଓଡ଼ିଶା ତରଫ ରୁ ପ୍ରତି ପଂଚାୟତ ର ବିକାଶ ର ଝଲକ ଦେଖାଇବା ସଚେତନ ରଥ ର ଆରମ୍ଭ କରାଯାଇଛି ।ସମଗ୍ର ରାଜ୍ୟ ରେ ଏଭଳି ବ୍ୟବସ୍ଥା ହେବାକୁ ଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଗ୍ରାମ ପଞ୍ଚାୟତ ରେ ଶନିବାର ଦିନ ବ୍ଲକ୍ ର ପ୍ରଥମ ସଚେତନତା ରଥ ବାହାରିଚି । ରାଜ୍ୟ ସରକାର ଙ୍କ ଦ୍ଵାରା ପଞ୍ଚାୟତ ରେ କରାଯାଇଥିବା ବିଭିନ୍ନ ବିକାଶ ର ଚିତ୍ର କୁ ଜନସାଧାରଣ ଙ୍କ ନିକଟ ରେ ପହଞ୍ଚାଇବା ହେଉଛି ଏହି ସଚେତନ ରଥ କାର୍ଯ୍ୟ ।ଆଜି ଚାଞ୍ଚେର ଠାରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଶିବିର ଅନୁଷ୍ଠିତ ହୋଇ ଯାଇଛି।ରାଜ୍ୟ ସରକାରଙ୍କ ତରଫ ରୁ ଗ୍ରାମ ପଞ୍ଚାୟତ ରେ କି କି ପ୍ରକଳ୍ପ ହାତକୁ ନିଆଯାଇଛି ତାହାର ସବିଶେଷ ବିବରଣୀ ଲୋକଙ୍କ ସାମ୍ନା ରେ ରଖା ଯାଇଛି ।ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ହିତାଧିକାରୀ ଉପକୃତ ହେଇଛନ୍ତି,କାଳିଆ ଯୋଜନା ରେ କେତେ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି ,କେତେ ଜଣ ସାମାଜିକ ସୁରକ୍ଷା ଭତ୍ତା ରେ ସାମିଲ ହୋଇ ଛନ୍ତି,ମିଶନ ଶକ୍ତି ଜରିଆରେ କେତେ ଟଙ୍କା ର ଋଣ ବିନା ସୁଧ ରେ ପ୍ରଦାନ କରାଯାଇଛି ,ଗ୍ରାମ ପଞ୍ଚାୟତ ରେ କେତେଜଣ ଙ୍କୁ ରାସନ୍ କାର୍ଡ ପ୍ରଦାନ କରାଯାଇଛି,ମମତା ଯୋଜନାରେ କେତେ ଜଣ ଗର୍ଭବତୀ ମହିଳା ଙ୍କୁ ସହାୟତା ମିଳିଛି, ଗ୍ରାମ ପଞ୍ଚାୟତ ରେ ଆମ ବ୍ୟାଙ୍କ ଯୋଜନା ଓ ଲକ୍ଷ୍ମୀ ବସ ସେବା ର ସମସ୍ତ ବିବରଣୀ ପରଦା ମାଧ୍ୟମରେ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କୁ ଦେଖାଯାଇଚି । ସରକାର ଙ୍କ ତରଫରୁ ଆରମ୍ଭ କରାଯାଇ ଥିବା ଏହି ସଚେତନତା ଶିବିର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।ଚାଞ୍ଚେର ପଞ୍ଚାୟତ ର ସରପଞ୍ଚ ଅଞ୍ଜୁ କୁମାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ସରପଞ୍ଚ ସଂଘ ସଭାପତି ସୁବୋଧ ରଣା,ଉତ୍କେଲା ସରପଞ୍ଚ ନରେନ୍ଦ୍ର ମାଝୀ,ବ୍ଲକ୍ ଏ ଇ, ବ୍ଲକ୍ ସିପି,ଚାଞ୍ଚେର ପଞ୍ଚାୟତ ର ସମିତି ସଭ୍ୟ,ନାଏବ ସରପଞ୍ଚ ପ୍ରମୁଖ ମଞ୍ଚାଶିନ ଥିଲେ। ଚାଞ୍ଚେର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ସିକ୍କା ଓ ଅନ୍ୟ ବ୍ଲକ୍ ଅଫିସ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

କେସିଙ୍ଗା ରୁ ମହେଶ୍ୱର ମାଝୀ reporter

Leave a Reply

Your email address will not be published. Required fields are marked *