ଗ୍ରାମରେ ଵୋମା ମାଡ଼

ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଢ଼େଇ ଶାସନ ପଂଚାୟତ ଦଣ୍ଡିଲୋ ଗ୍ରାମରେ ଵୋମା ମାଡ଼ ହୋଇ ଥିବା ସୂଚନା । ଦଣ୍ଡିଲୋ ଗ୍ରାମର ସୁରେନ୍ଦ୍ର ନାଥ ସାହୁ ଙ୍କ ଘର ସମ୍ମୁଖରେ ବୋମାମାଡ ହୋଇଥିବା ଜଣାପଡିଛି । ବୋମା ମାଡର କାରଣ ଆସ୍ପଷ୍ଟ ରହିଛି। ତେବେ ଦୁଇ ଜଣ ଯୁବକ ଏକ ସ୍କୁଟି ରେ ଆସି ବୋମା ମାଡ଼ କରି ଥିବା ଜଣାପଡିଛି । ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ତେବେ ପୂର୍ବ ଶତ୍ରୁତା ରୁ ବୋମା ମାଡ଼ ହୋଇ ଥିବା ସୂଚନା ମିଳିଛି । ସୁରେନ୍ଦ୍ରନାଥ ସାହୁ ଜଣେ ବ୍ୟବସାୟୀ ଓ କଟ୍ରାକ୍ଟର ବୋଲି ଜଣାପଡିଛି । ଏ ନେଇ ସୁରେନ୍ଦ୍ର ନାଥ ସାହୁ ବିରିଡି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଧିକ ତଦନ୍ତ ଚଳାଇ ଥିବା ଦେଖାଯାଇଛି ।

ଜଗତସିଂହପୁର Rita ସାହୁ ।

Leave a Reply

Your email address will not be published. Required fields are marked *