ଗ୍ରାମ୍ୟଦର୍ଶନ କାର୍ଯ୍ୟକ୍ରମ (୨୦୨୫-୨୬)

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକର * ଶିଶୁଦିବସ ଓ ଗ୍ରାମ୍ୟଦର୍ଶନ କାର୍ଯ୍ୟକ୍ରମ (୨୦୨୫-୨୬)*

ଅଦ୍ୟ ତା ( ୧୪/୧୧/୨୫) ରିଖ ଶୁକ୍ରବାର, ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରପୁରୁଣାବଜାର, ଭଦ୍ରକରେ, ସକାଳ ୮ଟା ରେ ପବିତ୍ର” ଶିଶୁଦିବସ କାର୍ଯ୍ୟକ୍ରମ “ ଆରମ୍ଭ ହୋଇ ୯ଟା ରେ ଶେଷ ହେବାପରେ ଉପସ୍ଥିତ ୩୫୦ ଜଣ ପିଲାମାନଙ୍କୁ ମିଷ୍ମାନ ବଣ୍ଟନ କରାଯାଇ, ୯ଟା ୩୦ରୁ ୧୦ଟା ୩୦ ଯାଏ ଶ୍ରେଣୀ ୧ମ ରୁ ଶ୍ରେଣୀ ୧୦ମ ପର୍ଯ୍ୟନ୍ତ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ “ସଂଗୀତ ପ୍ରତିଯୋଗିତା “ ହେବାପରେ, ନବମ ଓ ଦଶମ ଶ୍ରେଣୀ ଭାଇ ଓ ଭଉଣୀମାନଙ୍କୁ ନେଇ କୁଣ୍ଡିକାଳୀଠାରେ “ ଗ୍ରାମ୍ୟଦର୍ଶନ “କାର୍ଯ୍ୟକ୍ରମ କରାଯାଇଥିଲା | ଶିଶୁଦିବସ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେଠୀ ଦୀପ ପ୍ରଜ୍ବଳନ କରିଥିବା ବେଳେ, ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସ ସ୍ବାଗତ ଭାଷଣ ଦେଇଥିଲେ ଓ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ପଣ୍ଡା ସମ୍ମାନୀୟ ଅତିଥ୍‌ ଭାବେ ଯୋଗଦାନ କରିଥିଲେ,ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପତି ଅତିų ପରିଚୟ କରିଥ‌ିବା ବେଳେ ବରିଷ୍ଠ ଆଚାର୍ଯ୍ୟ ପ୍ରଶାନୁ ବେହେରା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ମନ୍ଦରଧର ସାହୁ ଗୁରୁଜୀ କରିଥିଲେ | ଗ୍ରାମ୍ୟଦର୍ଶନ ରେ ପିଲାମାନେ ମାଆ କୁଣ୍ଡିକାଳୀ ଓ ଜଗନ୍ନାଥଙ୍କ ଦର୍ଶନ କରି ଆସି ଭାଇ ଭଉଣୀମାନେ ନୃତ୍ୟ, ଗୀତ, ଗୀତା ଆବୃତ୍ତ ଓ ଏକକ ଅଭିନୟ କରି ନିଜକୁ ମନୋରଞ୍ଜିତ କରିବା ସହ ଅନ୍ୟକୁ ମଧ୍ୟ ଆନନ୍ଦିତ କରାଇଥିଲେ | ଏହାଦ୍ବାରା ପିଲାମାନଙ୍କର ଗ୍ରାମ୍ୟ ପରିବେଶର ଅନୁଭୂତି ହୋଇଥିଲା |ଶେଷରେ ପିଲାମାନେ ଭୋଜନ କରି ଅପରାହ୍ନ ୧ ଟା ରେ ଘରକୁ ଫେରିଥିଲେ | ଏହି କାର୍ଯ୍ୟକ୍ରମ ଗୁଡିକରେ ସମସ୍ତ ଗୁରୁଜୀ ଗୁରୁମା ସହ ପରିଚାଳନା ସମିତିର ପୂର୍ଣ୍ଣ ସହଯୋଗ ଥୂଲା |

Leave a Reply

Your email address will not be published. Required fields are marked *