ରାଢୋ ଗ୍ରାମ ର ଭୂମିହୀନ ଙ୍କୁ କେବେ ମିଳିବ ଜମିପଟ୍ଟା
ରାଢୋ ଗ୍ରାମ ର ଭୂମିହୀନ ଙ୍କୁ କେବେ ମିଳିବ ଜମିପଟ୍ଟା l- ଉଦଳା ତା ୫/୪ ଉଦଳା ବ୍ଲକ ଅନ୍ତର୍ଗତ ରାଢୋ ଗ୍ରାମ ପଚାୟତ ର ରାଢୋ ଗ୍ରାମ ରେ ଦୀର୍ଘ ଶହେ ବର୍ଷ ରୁ ଉର୍ଦ୍ଧ ବସ ବାସ କରୁଥିବା ଭୂମିହୀନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କୁ କେବେ ଜମି ପଟ୍ଟା ମିଳି ବ ଏ ନେଇ ସେମାନଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଚାଲିଛି l ତେବେ ଏ ନେଇ ଅନେକ ବାର ସ୍ଥାନୀୟ ତହସିଲଦାର ଙ୍କୁ ବହୁ ଆଗରୁ ଆବେଦନ କରିଥିଲେ ବି ଆଜି ପର୍ଯ୍ୟନ୍ତ ତହସିଲ ତରଫରୁ କୌଣସି ପଦକ୍ଷେପ ନ ନେବା ବିଡମ୍ବନର ବିଷୟ l ଘର ଡିହ ପଟ୍ଟା ନ ଥିବା ରୁ ଜାତି ସାର୍ଟିଫିକେଟ ଓ ରେସିଡେଣ୍ଡିଆଲ ସାଟିଫିକେଟ ମିଳିବାରେ ପ୍ରତିବନ୍ଧକ ସୃଷ୍ଟି ହେବl ସ୍ୱାଭାବିକ l

ଫଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ରେ ପିଲା ମାନେ ପାଠ ପଢିବାରେ ନାହି ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି l ଏପରିକି ସେମାନଙ୍କ ପିଲାମାନେ ସରକାର ଙ୍କ ଠାରୁ ମିଳୁଥିବା ଷ୍ଟାଇପେଣ୍ଡ ଟଙ୍କା ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି l ବର୍ତମାନ ର ଲୋକପ୍ରିୟ ସରକାର ସେମାନଙ୍କ ଦୁସ୍ଥ ଅବସ୍ଥା କୁ ବିବେଚନା କରି ସମସ୍ୟା ର ଆଶୁ ସମାଧାନ ନେବାଲାଗି ଦଳିତ , ଅବହେଳିତ, ଭୂମିହୀନ ଜନ ସାଧାରଣ ନିବେଦନ ରଖିଛନ୍ତି l ତେବେ ବର୍ତ୍ତମାନ ସରକାର କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ବିଷୟ l
