ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ

ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ।
ରଘୁନାଥପୁର ତା ୩୦/୧୨;+
ପ୍ରମୁଖ ଶାସନ ସଚିବ ଏନ ବି ଏସ ରାଜପୁତ (ଜନ ଉଦ୍ୟେଗ)ମଙ୍ଗଳବାର ଜଗତସିଂହପୁର ଜିଲ୍ଲାଗସ୍ତରେ ରହି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବାସହିତ ସମୀକ୍ଷା କରିଥିଲେ। ଏହି ପରିପେକ୍ଷୀରେ ରଘୁନାଥପୁର ବ୍ଲକ ଖଣ୍ଡତରୀ ଠାରେ ଥିବା ଗ୍ରାମୀଣ ଶିଳ୍ପ ଉଦ୍ୟାନ କୁ ସଚିବ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିବାସହ ତୁରନ୍ତ ଏହାକୁ ଚାଲୁକରିବାପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ।ସେହିପରି ଏହି ବ୍ଲକ ଅଧିନ ଛପଡାଠାରେ ପୂର୍ତ୍ତବିଭାଗ ଅଧିନରେ ଚାଲୁରହିଥିବା ରେଲୁୱେ ଓଭରବ୍ରିଜ କାର୍ଯ୍ୟ କୁ ସଚିବ ସମୀକ୍ଷା କରିଥିବା ଜଣାଯାଇଛି।ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ,ଅତିରିକ୍ତ ଜିଲ୍ଲାପାଳ ରେଭୁନ ସମ୍ବିତ କୁମାର ରାୟ,ଜିଲ୍ଲା ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ,ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞନ ବେହେରା,ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ବିଡିଓ ବିରଞ୍ଚି ନାରାୟଣ ବେହେରା,ଓରମାସର ଡେପୁଟି ସିଓ ମଧୁସ୍ମିତା ସାହୁ ସଚିବ ଙ୍କ ସହିତ ସାମିଲ ହୋଇଥିଲେ।ତେବେ ରେଲୁୱେ ଓଭରବ୍ରିଜ କାର୍ଯ୍ୟର ସମୀକ୍ଷା ସମୟରେ ଜଗତସିଂହପୁର ପୂର୍ତ୍ତବିଭାଗ ଅଧିକ୍ଷଣଯନ୍ତ୍ରୀ ସୁଭେନ୍ଦୁ ସୂତାର,ଉପର୍ନବାହୀ ଯନ୍ତ୍ରୀ ରାଧାକାନ୍ତ ଭୂୟାଁ,ସହକାରୀ ଯନ୍ତ୍ରୀ ବେଦବ୍ୟାସ ସ୍ଵାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *