ଗ୍ରାମ ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପୁରୀ ଜିଲ୍ଲା କୃଷ୍ଣପ୍ରଶାଦ ବ୍ଲକ ମାଲୁଦ ଓ ବୁଦ୍ଧିବର ପଂଚାୟତ ରେ ପୃଥକ ପୃଥକ ଭାବେ ହାତିଆ ଶୁଣି ଓ ମା ନଟା ମଙ୍ଗଳା ପୀଠରେ ସଭା ଅନୁଷ୍ଠିତ ହୋଇଯାଇଛି. ମାଲୁଦ ସରପଞ୍ଚ ପ୍ରତିନିଧି ସୌମ୍ୟ ରଞ୍ଜନ ଜେନା ଓ ବୁଦ୍ଧିବର ସରପଞ୍ଚ ସଂଯୁକ୍ତା ବିଶ୍ୱାଳ ସଭାପତିତ୍ୱ ରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏଥିରେ ବିଦ୍ୟାଳୟ ର କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିବାବେଳେ ସରକାର ଙ୍କ ବିଭିନ୍ନ ଯୋଜନା ର ସଚେତନତା କାର୍ଯ୍ୟକ୍ରମ ପାଲାମାଧ୍ୟମରେ ସଚେତନତା ବାର୍ତା ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଜିଲ୍ଲା ପରିଷଦ ସଭ୍ୟ ଲଷ୍ମୀଧର ସାହୁ ବ୍ଲକ ଅଧକ୍ଷା ସରୋଜିନୀ ତରେଇ ଅତିଥି ଭାବେ ଯୋଗଦେଇ ସରକାର ଙ୍କଲୋକାଭିମୁଖୀ ଯୋଜନା ବିଷୟ ରେ ବାର୍ତା ଦେଇଥିଲେ. ଏହି କର୍ଯ୍ୟକ୍ରମ କୁ ପଂଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ନାଥ ସାହୁ ଓ ଦିଲ୍ଲୀପ ତରେଇ ପରିଚାଳନା କରିଥିଲେ

କୃଷ୍ଣପ୍ରସାଦ ରୁ ପ୍ରତାପ ହରିଚନ୍ଦନ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *