୧୩ ସମିତିସଭ୍ୟ/ସଭ୍ୟା ମହାସଂଘର ୭ ଜଣିଆ ପ୍ରତିନିଧି ଦଳ ଦାରିଙ୍ଗବାଡ଼ି ଓ ମାଣ୍ଡିପଙ୍କା ଗ୍ରାମକୁ ଗସ୍ତ ।

ଆଜି ୧୩ ସମିତିସଭ୍ୟ/ସଭ୍ୟା ମହାସଂଘର ୭ ଜଣିଆ ପ୍ରତିନିଧି ଦଳ ଦାରିଙ୍ଗବାଡ଼ି ଓ ମାଣ୍ଡିପଙ୍କା ଗ୍ରାମକୁ ଗସ୍ତ ।ଫୁଲବାଣୀ:-୧୨/୧୨ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ ୭ ଜଣିଆ ସମିତିସଭ୍ୟ ପ୍ରତିନିଧି ଦଳ ଜିଲ୍ଲା ସଭାପତି ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ପରିକ୍ରମା ତଥା ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ୧୩ ତାରିଖ ଶୁକ୍ରବାର ଦିନ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଗସ୍ତ କାର୍ଯ୍ୟକ୍ରମ ରହିଛି। ସୂଚନା ପ୍ରକାରେ ୧୧ ଘଣ୍ଟିକା ସମୟରେ ୭ ଜଣିଆ ସମିତିସଭ୍ୟ/ସଭ୍ୟା ମହାସଂଘର ପ୍ରତିନିଧି ଦଳ ଦାରିଙ୍ଗବାଡ଼ି ବ୍ଲକରେ ପହଞ୍ଚିଲା ପରେ ସେଠାକାର ସମସ୍ତ ସମିତିସଭ୍ୟ/ସଭ୍ୟା ଙ୍କ ସହିତ ବିଭିନ୍ନ ବିଷୟ ବସ୍ତୁ ଉପରେ ବୈଠକ ବସି ଆଲୋଚନା କରିବେ। ଏହାପରେ ମଧ୍ୟାହ୍ନ ଭୋଜନ କରି ମାଣ୍ଡିପଙ୍କା ଗ୍ରାମକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇବା ଘଟଣାରେ ମୃତ୍ୟୁ ବରଣ କରିଥିବା ୩ଟି ପରିବାର ମହିଳା ଙ୍କ ପରିବାରକୁ ଭେଟି ଶୋକ ସମବେଦନା ଜଣାଇବା ସହିତ ସମିତିସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ ଏକ ସ୍ୱଳ୍ପ ମୂଲ୍ୟର ସହାୟତା ପ୍ରଦାନ କରି ଫେରିଲା ପରେ ଦାରିଙ୍ଗବାଡ଼ି ଠାରେ ରାତ୍ରୀ ଯାପନ କରିବେ ବୋଲି ଜଣାପଡିଛି।୧୪ ତାରିଖ ଦିନ ସକାଳ ସମୟରେ ଦାରିଙ୍ଗବାଡ଼ିର କିଛି ପର୍ଯ୍ୟଟନ ସ୍ଥଳୀ ସ୍ଥାନ ବୁଲି ଦେଖିଲା ପରେ ସେଠାରୁ ବାହାରି କ.ନୂଆଗାଁ ବ୍ଲକ ଗସ୍ତ କରିବେ। ସେଠାରେ ପହଞ୍ଚିଲା ପରେ ସମସ୍ତ ସମିତିସଭ୍ୟ/ସଭ୍ୟା ଓ ବ୍ଲକ ଅଧ୍ୟକ୍ଷା ଙ୍କ ସହିତ ଏକ ବୈଠକ ବସି ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିବେ ଓ ସେଠାରେ ଭୋଜନ ସାରି ଫୁଲବାଣୀ ଫେରିବେ ବୋଲି ମହାସଂଘ ସୂତ୍ରରୁ ସୂଚନା ମିଳିଛି। ଏହି ସମିତିସଭ୍ୟ/ସଭ୍ୟା ୭ ଜଣିଆ ପ୍ରତିନିଧି ଦଳ ମଧ୍ୟରେ ଅଛନ୍ତି ସଙ୍ଘର ସାଧାରଣ ସମ୍ପାଦକ କିରାପ ପ୍ରଧାନ,ଜିଲ୍ଲା ଉପ-ସଭାପତି ଜୁନେଶ ଦିଗାଲ,କୋଷାଧ୍ୟକ୍ଷ ପାରେଶ୍ୱର କହଁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୟାନିଧି ମଲିକ, ଅକ୍ଷୟ କୁମାର ନାୟକ କାର୍ଯ୍ୟକାରୀ ସଭାପତି ଭାଗ୍ୟବାନ ବେହେରା ପ୍ରମୁଖ ରହିଛନ୍ତି। ପ୍ରକାଶ ଯେ ଏହି ଜିଲ୍ଲା ପରିକ୍ରମା ଓ ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଅଭିଯାନର ଉଦ୍ଦେଶ୍ୟ ହେଉଛି ସମିତିସଭ୍ୟ/ସଭ୍ୟା ଙ୍କ ମଧ୍ୟରେ ପ୍ରତ୍ୟେକ ବ୍ଲକର ସଂଗଠନ ସୁଦୃଢ଼ କରିବା ପାଇଁ ଓ ଅଧ୍ୟକ୍ଷା ମାନଙ୍କ ସହିତ ଯୋଡ଼ି ହୋଇ ପ୍ରତି ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବା ପାଇଁ। ଏହା ପୂର୍ବରୁ କୋଟଗଡ଼,ତୁମୁଡିବନ୍ଧ,ବାଲିଗୁଡ଼ା ବ୍ଲକ ଗସ୍ତ ଶେଷ ହୋଇ ସାରିଲାଣି।

Leave a Reply

Your email address will not be published. Required fields are marked *