ମାରି ନେଲେ ମହାପାତ୍ରେ
ମାରି ନେଲେ ମହାପାତ୍ରେ । ଚାହିଁ ଥା ଜଳକା ସରପଞ୍ଚଙ୍କୁ କାମ ନ କରି ବିଲ ପେମେଣ୍ଟ।ନିମାପଡା ( ) କଥାରେ ଅଛି ମାରି ନେଲେ ମହାପାତ୍ରେ ଚାହିଁ ଥା ଜଳକା। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗଡ଼ପଦନପୁର ପଂଚାୟତ ବାଙ୍ଗୁରସ ଗ୍ରାମରେ। ସରପଞ୍ଚ ମହାଶୟ ରାସ୍ତା କାମ ନ କରି ବିଲ କରି ଟଙ୍କା ଆତ୍ମସାତ କରିଥିବା ଗ୍ରାମବାସୀ ବ୍ଲକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ ବାଙ୍ଗୁରସ ଶାସନ ମେଳଣ ପଡିଆ ଠାରୁ ନୁଆ ଗାଁ କେନାଲ ବନ୍ଧ ରାସ୍ତା ଉପରେ ଗ୍ରାମବାସୀ ନିର୍ଭରଶୀଳ।ଏହାର କିଛି ଅଂଶ କଂକ୍ରିଟ ହୋଇଥିବା ବେଳେ ଅବଶିଷ୍ଟ ମାଟି ଥିଲା।ବର୍ଷାଦିନେ ଏହି ରାସ୍ତା କାଦୁଅ ହୋଇ ଗ୍ରାମବାସୀ ଯାତାୟାତ କରି ପାରନ୍ତି ନାହିଁ।ଏହି ରାସ୍ତାକୁ ଢଲେଇ ରାସ୍ତା କରିବା ପାଇଁ ଗ୍ରାମବାସୀ ଦାବୀ କରିଥିବା ବେଳେ ଗତ ବର୍ଷ ଜଣେ ବ୍ୟକ୍ତି ମାଟି ପକାଇ ଥିଲେ।ଏ ନେଇ ଗ୍ରାମବାସୀ ସରପଞ୍ଚଙ୍କୁ ପଚାରି ବାରେ ଆଗକୁ ରାସ୍ତା ମରାମତି କରାଯିବ ବୋଲି କହିଥିଲେ। ତେବେ ଏହି ରାସ୍ତାରେ କିଛି ଟ୍ରିପ ମାଟି ପକାଇ 2 ଲକ୍ଷ 62 ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ।ଏହି ଗ୍ରାମରେ ଅନେକ ଜବକାର୍ଡଧାରୀ ଥିବା ବେଳେ ଅନ୍ୟ ଗ୍ରାମର ଜବକାର୍ଡଧାରୀଙ୍କ ନାମରେ ବିଲ କରାଯିବା ସହ ସରପଞ୍ଚଙ୍କ ବାପା ଭାଇ ଭାଉଜଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ରାସ୍ତା କାମ ନ କରି 2 ଲକ୍ଷ 62 ହଜାର ଟଙ୍କା ବିଲ ହେଲା କେମିତି । ବ୍ଲକ ପକ୍ଷରୁ ତଦାରଖ କରୁଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପଂଚାୟତ ଅଧିକାରୀ କିପରି ତଦାରଖ କରୁଥିଲଏଥିରୁ ସ୍ପଷ୍ଟ ଅନୁମେୟ। ସରପଞ୍ଚ, ନିର୍ବାହୀ ଯନ୍ତ୍ରୀ, ପଂଚାୟତ ଅଧିକାରୀ ମିଳିମିଶି ଟଙ୍କା ଚଳୁ କରିଥିବା ଗ୍ରାମବାସୀ ନିମାପଡା ବ୍ଲକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସବୁ ଘଟଣା ଜଣା ପଡିବା ପରେ ଏବେ ସରପଞ୍ଚ ତରବରିଆ ଭାବେ ରାସ୍ତା ନିର୍ମାଣ କରୁଛନ୍ତି। ଯଦି ଏବେ ରାସ୍ତା କାର୍ଯ୍ୟ କରୁଛନ୍ତି। ତେବେ ବିଲ କିପରି ପୂର୍ବରୁ ପେମେଣ୍ଟ ହେଲା। ନିୟମ ଅନୁସାରେ ନିର୍ମାଣ କାର୍ଯ୍ୟ ସରିବା ପରେ ବିଭାଗୀୟ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେଲା ପରେ ବିଲ ପେମେଣ୍ଟ ହେବା କଥା। କିନ୍ତୁ ଏଠାରେ ଉଲଟା ନିୟମ ଆଗ ବିଲ ପେମେଣ୍ଟ ପରେ ନିର୍ମାଣ କାର୍ଯ୍ୟ। ଏହା କିଭଳି ସମ୍ଭବ ହୋଇ ପାରିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।
