ପାନିୟଜଳ ସମସ୍ୟାକୁ ନେଇ ରାସ୍ତାରେ ହାଣ୍ଡି ଗରିଆ ରଖି ରାସ୍ତା ରୋକ କଲେ ଗ୍ରାମବାସୀ।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୁଡୁକାବାହାଲ ଠାରେ ପାନିୟଜଳ ସମସ୍ୟାକୁ ନେଇ ରାସ୍ତାରେ ହାଣ୍ଡି ଗରିଆ ରଖି ମୁଖ୍ୟ ରାସ୍ତା ଅବୋରଧ କଲେ ଗ୍ରାମବାସୀ।ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଅନେକ ଯାନବାହାନ। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି।ମିଳିଥିବା ସୂଚନା ଅନୁଯାଇ ପାନିୟଜଳ ପାଇଁ ଗ୍ରାମବାସି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବାରମ୍ବାର ପ୍ରଶାସନକୁ ଅବଗତି କରିବାପରେ ମଧ୍ୟ କୌଣସି ବ୍ୟବସ୍ତା କରାଯାଉନଥିବାରୁ ବାଧ୍ୟ ହୋଇ ରାସ୍ତାକୁ ଓ୍ବହ୍ଲାଇଥିବା ଗ୍ରାମବାସୀ ପ୍ରକାସ କରିଛନ୍ତୀ।ଫଳରେ କାଶୀପୁର ଠାରୁ ରାୟଗଡା କୁ ଯାତାୟତ ବାଧାପ୍ରାପ୍ତ ହୋଇଛି।ଏନେଇ ଖବର ପାଇ କାଶୀପୁର ବିଡିଓ ତୁରନ୍ତ ମରାମତି କରିବା ପାଇଁ ବିଭାଗିୟ ଅଧିକାରିଙ୍କୁ କହିବା ପରେ ତୁରନ୍ତ ଏହାର ମରାମତି କରିବା ସହ ଲୋକଙ୍କୁ ପାନିୟଜଳ ଯୋଗାଣ କରାଯାଇଛି ବୋଲି କାଶୀପୁର ବିଡିଓ ସୂଚନା ଦେଇଛନ୍ତି l
