ପାଣିପାଇଁ ଗ୍ରାମବାସୀଙ୍କର ରାସ୍ତା ଅବରୋଧ
ରାୟଗଡ଼ା – ରାୟଗଡା ବ୍ଳକ ଅନ୍ତର୍ଗତ କାର୍ଲାକୋଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମବାସୀ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି । ପ୍ରତିବର୍ଷ ଗ୍ରାମବାସୀ ଜଳ କଷ୍ଟ ଦୂର କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ ପ୍ରଶାସନ କିଛି କରୁନି । ଅଙ୍ଗୁର ଗ୍ରାମରେ ୧୧୦ପରିବାର ବସବାସ କରୁଥିବା ବେଳେ ମୋଟ ଜନସଂଖ୍ୟା ୬୦୦ରୁ ଅଧିକ ।ମାତ୍ର ଅଳ୍ପ କେତୋଟି ନଳକୂଅ ଜଳ ସମସ୍ୟା ଦୂର କରିବାକୁ ଅସମର୍ଥ । ସବୁ ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିଲା ବେଳେ ଏ ଗ୍ରାମରେ କାହିଁକି ହେବନାହିଁ ବୋଲି ଗ୍ରାମବାସୀ ଅଡି ବସିଛନ୍ତି । ଗ୍ରାମର ମା ଭଉଣୀ ମାନେ ହାତରେ ଖାଲି ହାଣ୍ଡି ମାଠିଆ ଧରି ରାୟଗଡା କଲ୍ୟାସିଂହପୁର ରାସ୍ତା ଅବରୋଧ କରି ନିଜର ଦାବି ପୂରଣ ପାଇଁ ରାଜ ରାସ୍ତା ଉପରେ ବସିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଛି । ଦାବି ପୂରଣ ନ ହେଲେ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି କହିଛନ୍ତି । ଗ୍ରାମରେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ଘର ହୋଇଥିଲେ ମଧ୍ୟ ପ୍ରଶାସନ ଗ୍ରାମବାସୀଙ୍କ ଜଳ ଯୋଗାଣ ସମସ୍ୟା ସମାଧାନରେ ଆଗ୍ରହ ପ୍ରକାଶ କରୁ ନଥିବା ଗ୍ରାମବାସୀମାନେ କ୍ଷୋଭର ସହ କହିଛନ୍ତି।
ରିପୋର୍ଟ- ନୀଳାମ୍ବର ମିଶ୍ର, ରାୟଗଡା।
