ପ୍ରସୂତି କୁ ଷ୍ଟ୍ରେଚର ରେ ବୋହି ନଦୀ ପାର କଲେ ଗ୍ରାମ ବାସୀ ।

କନ୍ଧମାଳ ତ। ୧୬/୦୯/୨୦୨୫ କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡି ପଞ୍ଚାୟତ ର ଗୁଡ଼ୁରିପଡି ଗ୍ରାମର କାଳୀ ପେନୁ ନଦୀ ଉପରେ ଦୀର୍ଘ ବର୍ଷ ଧରି ଗୁଂଜି ବାଡ଼ି ଗ୍ରାମର ଲୋକ କାଲିପେନୁ ନଦୀ ଉପରେ ପୋଲୋ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ୍ୟ ବ୍ଲକ କତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି! ସ୍ୱଳ୍ପ ପାଣ୍ଠି ପ୍ରାପ୍ତି ଯୋଗୁଁ ନଦୀ ଉପରେ ପୋଲୋ ନିର୍ମାଣ ହୋଇ ପାରୁନାହିଁ! ସାଂସଦ ପାଣ୍ଠି ଓ ବିଧାୟକ ପାଣ୍ଠି ପୋଲୋ ନିର୍ମାଣ ପାଇଁ ସହାୟକ ହେବ ବୋଲି ସମାଜ ସେବି ଅଶୋକ ପରିଡା ପ୍ରକାଶ କରିଛନ୍ତି! ପୋଲୋ ନଥିବାରୁ ବର୍ଷା ଦିନେ ଗ୍ରାମବାସୀ ଯାତାୟାତ ରେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ପୋଲିସ ଗାଡି, ଯୋଗାଣ ବିଭାଗ ଗାଡି, ଅବକାରୀ ଗାଡି ଗ୍ରାମ ଭିତର କୁ ଯାଇ ପାରୁ ନାହିଁ! ସମ୍ପ୍ରତି ଗୁଡ଼ୁରିପାଡ଼ି ଗ୍ରାମ ର ଦିଲୀପ ପ୍ରଧାନ ଙ୍କର ଗର୍ଭବତୀ ପତ୍ନୀ ନନ୍ଦିନୀ ପ୍ରଧାନ ଙ୍କୁ ଷ୍ଟ୍ରେଚାର ରେ ବୋହି କାଲିପେନୁ ନଦୀ ପାର କରାଯାଇଥିଲା! ନନ୍ଦିନୀଙ୍କର ଗର୍ଭ ନଷ୍ଟ ହୋଇ ରକ୍ତସ୍ରାବ ହେବାରୁ ତୁରନ୍ତ ଡାକ୍ତର ଖାନାକୁ ନେବାକୁ ପଡିଥିଲା! ନଦୀପାର ହେବାପରେ ପ୍ରସୂତି ଙ୍କର ସଂକଟାପନ୍ନ ଅବସ୍ଥା ଦୃଷ୍ଟିରୁ କଂଜାମେଣ୍ଡି ସି ଏଚ ସି ମେଡିକାଲ ଅଫିସର ପ୍ରିୟ ବ୍ରତ ପାଣିଗ୍ରାହୀ ନଈ କୂଳରେ ହିଁ ସ୍ୱାସ୍ଥ୍ୟ ଟିମ ପଠାଇ ଆଶୁ ଚିକିତ୍ସା କରାଯାଇଥିଲା! ପରେ ଡାକ୍ତର ଖାନାକୁ ନିଆ ଯାଇ ଅଧିକ ଚିକିତ୍ସା କରାଯାଇ ରକ୍ତସ୍ରାବ ବନ୍ଦ କରାଯାଇଥିଲା! ନଦୀରେ ଅଧିକ ପାଣି ଆସିଯାଇଥିବାରୁ ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି! କାଲୁପେନି ନଦୀ ଉପରେ ପୋଲୋ ନିର୍ମାଣ ପାଇଁ ବିଭିନ୍ନ ସଙ୍ଘଠନ ପକ୍ଷରୁ ସରକାର ଙ୍କ ଠାରେ ଦାବୀ କରିଛନ୍ତି!

Leave a Reply

Your email address will not be published. Required fields are marked *