ଶୁଣିଲାନି ପ୍ରଶାସନ, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରାସ୍ତା ମରାମତି କଲେ ଗ୍ରାମବାସୀ
ଗୋପ,୨୫.୦୪ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ପଞ୍ଚାୟତ ଆଲପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଦର୍ଶ କାମ। ଯେଉଁଠି ଦୀର୍ଘବର୍ଷ ହେବ ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲା ନାହିଁ, ସେଠି ଏକାଠି ହେଲେ ଆଲପୁର ଗ୍ରାମବାସୀ। ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ସଜାଡ଼ିଲେ ରାସ୍ତା। ସରପଞ୍ଚଙ୍କ ଠାରୁ ବିଡ଼ିଓ, ଜିଲ୍ଲାପାଳ ଓ ନେତା ବିଧାୟକ ମନ୍ତ୍ରୀ ମାନଙ୍କୁ ଜଣାଇଥିଲେ ମଧ୍ଯ କେହି ଶୁଣି ନାହାନ୍ତି କି ରାସ୍ତା ମରାମତି କାର୍ଯ୍ୟ ହୋଇ ପାରିନି। ୧୦ବର୍ଷ ତଳେ ବହୁ କଷ୍ଟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କଂକ୍ରିଟ ରୋଡ ନିର୍ମାଣ ହୋଇଥିଲା।

କିନ୍ତୁ ରାସ୍ତା ସମ୍ପୂର୍ଣ୍ଣ ଫାଟି ଭାଙ୍ଗି ନଷ୍ଟ ହୋଇ ଗଲାଣି। ଗ୍ରାମରୁ ଗାଡି ମଟର ନେଇ ଯିବା ଆସିବା ସମୟରେ ଅନେକ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ଯାହା ଫଳରେ ପିଲାଛୁଆ ଠୁ ମହିଳା ଓ ବୟସ୍କ ମାନେ ହଇରାଣ ହରକତ ହେଉଛନ୍ତି। ଏନେଇ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ଯ ଗତ ବିଜେଡ଼ି ସରକାର ସମୟରେ କେହି ଶୁଣିଲେ ନାହିଁ। ରାଜ୍ୟରେ ବିଜେପି ସରକାର ଶାସନ କରୁଥିବା ବେଳେ ଗ୍ରାମବାସୀ ମାନେ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଭର୍ତି କରିବାକୁ ନିବେଦନ କରିଛନ୍ତି।
ଗ୍ରାମବାସୀଗୋପରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
