ବିଦ୍ୟୁତ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ।
ଢେଙ୍କାନାଳ ଜିଲ୍ଲା କମର -ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଜାମୁନାଳି ଗାଁ ନିକଟରେ ବିଦ୍ୟୁତ୍ ସମସ୍ୟାକୁ ନେଇ ରାସ୍ତାରୋକ୍ କଲେ ଶତାଧିକ ମହିଳା ଓ ପୁରୁଷ। ପ୍ରାୟ ୫ଦିନ ହେବ ୧୧କେଭି ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗି ଯାଇଥିବାରୁ ବରକଟା, ଜାମୁନାଳି, ମୁଣ୍ଡିଆରଗୁଡ଼ି ଗାଁର ଲୋକମାନେ ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଛନ୍ତି ।ଏ ନେଇ ଗ୍ରାମବାସୀ ମାନେ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନଥିଲା। ଯାହାକୁ ନେଇ ତିନି ଗାଁର ବାସିନ୍ଦା କମର-ପଙ୍ଗାତିରା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକ ରହିବା ସହ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଥିଲା । ପ୍ରାୟ ଦୁଇ ଘଣ୍ଟା ରାସ୍ତା ଅବରୋଧ ପରେ ପରଜଙ୍ଗ ପୋଲିସ ଏବଂ ବିଭାଗୀୟ ଅଧିକାରୀ ପହଞ୍ଚି ପ୍ରତିଶୃତି ଦେବା ପରେ ରାସ୍ତାରୋକ ଉଠିଥିଲା।
