ମହିଳାଙ୍କୁ ଦୁଷ୍କର୍ମ

ଭଦ୍ରକ ସହରାଞ୍ଚଳ ଥାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ I ନିଜକୁ ସମ୍ବାଦିକ ବୋଲି ପରିଚୟ ଦେଇ ମହିଳାଙ୍କୁ ସହାୟତା ପ୍ରଦାନ କରିବାକୁ କହି ଦୁଷ୍କର୍ମ କରିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ I ସୂଚନା ଅନୁଯାଇ ଗତ ଶନିବାର ଦିନ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତ ଛକ ଠାରେ ଜନୈକ ଅସହାୟ ମହିଳା କୌଣସି କାରଣରୁ ବିଳମ୍ବିତ ରାତ୍ରିରେ ଥିବା ସମୟରେ ଅଜୟ ଦାସ ଓରଫ ଗଙ୍ଗାଧର ନାମକ ଜନୈକ ନିଶାଶକ୍ତ ଯୁବକ ନିଜକୁ ଜଣେ ସାମ୍ବାଦିକର ପରିଚୟ ଦେଇ ଏହିସ୍ଥାନ ତାଙ୍କପାଇଁ ସୁରକ୍ଷିତ ନୁହଁ ଏବଂ ତାଙ୍କୁ ତାଙ୍କ ସହ ସୁରକ୍ଷିତ ଜାଗା ତଥା ତାଙ୍କ ଘରକୁ ତାଙ୍କ ସହ ଆସିବାକୁ କହିଥିଲେ I ମହିଳା ଜଣକ ଉକ୍ତ ଯୁବକଙ୍କୁ ବିଶ୍ୱାସ କରି ତାଙ୍କ ସହ ଆସିଥିଲେ ହେଲେ ଯୁବକ ଜଣକ ତାଙ୍କୁ ଭଦ୍ରକ ଟାଉନ ଥାନା ନିକଟସ୍ଥ ଏକ ଅଜଣା ଘରକୁ ନେଇ ତାଙ୍କ ସହ ରାତ୍ରି ଯାପନ କରିବା ସହ ତାଙ୍କ ସହ ଅମାନୁଷିକ ଯୌନ ସମ୍ପର୍କ ରଖିଥିଲେ I ଏଥିରେ ମହିଳା ଜଣକ ପରିସ୍ରା କରି ପକାଇବା ସହ ସଂଜ୍ଞାହୀନ ହୋଇ ପଡ଼ିଥିଲେ, ଏହି ଅବସ୍ଥାରେ ଗଙ୍ଗାଧର ତାଙ୍କସହ ରାତିସାରା ଦୁଷ୍କର୍ମ କରି ଚାଲିଥିଲେ ଶେଷରେ ମହିଳା ଜଣକ ଚେତା ଆସିବ ପରେ ସେ ନିକଟସ୍ଥ ସହରାଞ୍ଚଳ ଥାନାରେ ଘଟଣା ବିଷୟରେ ଜଣାଇ ଥିଲେ I ଘଟଣା ବିଷୟରେ ଜଣାଇବା ସମୟରେ ମହିଳା ଜଣକ ସଂଜ୍ଞାହୀନ ହୋଇ ଯିବାରୁ ଟାଉନ ପୋଲିସ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ଏହାପରେ ଘଟଣାର କିଛି ମୋଡ଼ ବଦଳି ଯାଇଥିଲା I

ପୀଡିତା ମହିଳା ଜଣକ ଚିକିତ୍ସା ହେଉଥିବା ସମୟରେ ନିଜକୁ ସାମ୍ବାଦିକ ବୋଲି କହୁଥିବା ୮ ରୁ ୯ ଜଣ ବ୍ୟକ୍ତି ମହିଳା ଜଣଙ୍କୁ ଗତ କାଲି ଅପରାହ୍ନରେ ଥାନାକୁ ନେବାକୁ କହି ଡାକ୍ତରଖାନାରୁ ତାଙ୍କୁ ଥାନାକୁ ଆଣିଥିଲେ ଏବଂ ସେଠାରେ ଉକ୍ତ ଯୁବକମାନେ ମହିଳାଙ୍କୁ ଘଟଣାର ରଫାଦଫା ପାଇଁ ପ୍ରସ୍ତାବ ଦେଇଥିଲେ I ମହିଳା ଜଣକ ସେମାନଙ୍କ ପ୍ରସ୍ତବରେ ରାଜି ନ ହେବାରୁ ତାଙ୍କୁ ସେଠାରୁ ଅନ୍ୟତ୍ର କେଉଁଆଡେ ନେଇ ଯାଇଥିଲେ I କିଛି ସମୟ ପରେ ମହିଳା ଜଣଙ୍କୁ ପୁଣି ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା I ଖବର ପାଇ ଡାକ୍ତରଖାନାରେ ଟାଉନ ପୋଲିସ ପହଞ୍ଚି ପୀଡିତା ମହିଳାଙ୍କୁ ଡାକ୍ତରଖାନା କତୃପକ୍ଷଙ୍କ ସହ ଆଲୋଚନା କରି ଥାନାକୁ ଆଣିଥିଲେ I ସେଠାରେ ତାଙ୍କର ବୟାନ ରେକର୍ଡ କରି ତାଙ୍କୁ ସ୍ୱଳ୍ପ ରହଣି କେନ୍ଦ୍ରକୁ ପଠାଇଥିଲେ I ଅଭିଯୁକ୍ତ ଗଙ୍ଗାଧରକୁ ପୋଲିସ ଅଟକ ରଖିବା ସହ ଉଭୟଙ୍କୁ ଡାକ୍ତରୀ ମଇନା କରି ଗଙ୍ଗାଧରକୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି I ତେବେ ଏଠି ପ୍ରଶ୍ନ ଉଠୁଛି ଯେ କିଏ ସେମାନେ ଯେଉଁମାନେ କି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ପୀଡିତା ମହିଳା ଜଣଙ୍କୁ ଡାକ୍ତରଖାନାରୁ କୁଆଡେ ନେଇଥିଲେ ଏବଂ କିଛି ସମୟ ପରେ ପୁଣି ତାଙ୍କୁ ଆଣି ଡାକ୍ତରଖାନାରେ ଛାଡି ଦେଇଥିଲେ, ଏ ନେଇ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ସେ ସାମ୍ବାଦିକ ମାନେ କିଏ, ଅନ୍ୟପଟେ ସହରାଞ୍ଚଳ ଥାନାର ଠିକ ପଛପଟେ ପୀଡିତା ମହିଳା ଜଣକ ଅଭିଯୁକ୍ତ ଗଙ୍ଗାଧରକୁ ବାଡ଼ିରେ ପ୍ରବଳ ମାଡ଼ ମାରୁଥିବା ବେଳେ କିଛି ଯୁବକଙ୍କ ଉପସ୍ଥିତି ଥିବାର ଭିଡିଓ ଭାଇରାଲ ହେବରେ ଲାଗିଛି I ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ କଡା ଆଇନ ଲାଗୁ ହେଉଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଭଦ୍ରକରେ, ଏବଂ ଜିଲ୍ଲା ତଥା ରାଜ୍ୟର ଗର୍ବ ଗୌରବ ଅତୀତର ସ୍ବର୍ଗତ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ତଥା ବର୍ତ୍ତମାନ ଶାସକ ଦଳର ଜନୈକ ହାଇ ପ୍ରୋଫାଇଲ ନେତାଙ୍କ କୋଠୀର ହୋଇଥିବାର ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *