ଦାରିଙ୍ଗବାଡ଼ି ବ୍ଲକ ଓ ମାଣ୍ଡିପଙ୍କା ଗ୍ରାମ ଗସ୍ତ କରି ଫେରିଲେ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା

ଦାରିଙ୍ଗବାଡ଼ି ବ୍ଲକ ଓ ମାଣ୍ଡିପଙ୍କା ଗ୍ରାମ ଗସ୍ତ କରି ଫେରିଲେ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଙ୍ଘର ୭ଜଣିଆ ପ୍ରତିନିଧି ଦଳ। ଫୁଲବାଣୀ:-୧୩।୧୨ କନ୍ଧମାଳ ଜିଲା ସମିତିସଭ୍ୟ/ସଭ୍ୟା ମହାସଙ୍ଘର ୭ ଜଣିଆ ପ୍ରତିନିଧି ଦଳ ଦାରିଙ୍ଗବାଡି ବ୍ଲକ ଓ ମାଣ୍ଡିପଙ୍କା ଗ୍ରାମ ଗସ୍ତ କରି ଫେରିଲେ। ମାହାସଂଘର ପୂର୍ବ ପ୍ରସ୍ତୁତି ଓ ନିଷ୍ପତି ପ୍ରକାରେ ଗତ ୧୩ ତାରିଖ ଦିନ ମହାସଙ୍ଘର ଜିଲ୍ଲା ସଭାପତି ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ଉପ-ସଭାପତି ଜୁନେସ ଦିଗାଲ,ସାଧାରଣ ସମ୍ପାଦକ କିରାପ ପ୍ରଧାନ,କୋଷଧ୍ୟକ୍ଷ ପାରେଶ୍ୱର କହଁର,ବରିଷ୍ଠ ଉପଦେଷ୍ଟା ଦୟାନିଧି ମଳିକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜାନକୀ କହଁର ପ୍ରମୁଖ ଏହି ଗସ୍ତ କାର୍ଯ୍ୟକ୍ରମରେ ରହିଥିଲେ । ସେମାନେ ଦାରିଙ୍ଗବାଡି ବ୍ଲକ କୁ ପହଞ୍ଚିଲା ପରେ ଉକ୍ତ ବ୍ଲକର ପ୍ରତି ପଞ୍ଚାୟତର ସମସ୍ତ ସମିତିସଭ୍ୟ/ସଭ୍ୟା ଓ ବ୍ଲକ ଅଧ୍ୟକ୍ଷ ସ୍ବାଗତ କରିବା ପରେ ସମସ୍ତେ ମିଳିତ ଭାବେ ବିଡ଼ିଓ ପ୍ରିତିରଞ୍ଜନ ରଥଙ୍କୁ ଭେଟି ସମସ୍ତ ସରକାରୀ ଯୋଜନାକୁ ସମିତିସଭ୍ୟ/ସଭ୍ୟା,ସରପଞ୍ଚ ଓ ଅଧ୍ୟକ୍ଷଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରି କରାଯାଇ ସଫଳ ରୂପାୟନ କରାଯିବା ପାଇଁ ଆଲୋଚନା କରିଥିଲେ। ବିଡ଼ିଓ ଶ୍ରୀ ରଥ ଆଲୋଚନା ବିଷୟ ବସ୍ତୁ ଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଖୁସି ହୋଇ ସ୍ବାଗତ କରିଥିଲେ। ଏହାପରେ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ଵାବ ଧାନତାରେ ପ୍ଳିହେରି ପଞ୍ଚାୟତ କାର୍ଯ୍ୟାଳୟରେ ଦାରିଙ୍ଗବାଡି ବ୍ଲକ ସଭାପତି ସାଧୁ ନାୟକଙ୍କ ପରିଚାଳନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ସମ୍ବୋର୍ଦ୍ଧବାନ ଜଣାଇ ୭ ଜଣିଆ ପ୍ରତିନିଧି ଦଳ ଙ୍କୁ ସମ୍ବର୍ଦ୍ଧନା କରାଗଲା ପରେ ବୈଠକ ଆରମ୍ଭ ହୋଇ ସମିତିସଭ୍ୟ/ସଭ୍ୟାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା ଓ ମହାସଙ୍ଘ ପକ୍ଷରୁ ସରକାରଙ୍କ ନିକଟରେ କରାଯାଇଥିବା ୧୨ ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ସରପଞ୍ଚ ମାନଙ୍କ ଭଳି ସାମ୍ବିଧାନିକ ସୁପାରିସ ଅଧିକାର ଦାବି ସହ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ପାଇଁ ଅଫିସ ଗୃହର ବ୍ୟବସ୍ଥା ସହସାଂସଦ ଏବଂ ବିଧାୟକଙ୍କ ଭଳି ସେମିତିସଭ୍ୟ,ସରପଞ୍ଚ,ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କୁ ମଧ୍ୟ କାର୍ଯ୍ୟକାଳ ସରିବା ପରେ ଭତ୍ତା ପ୍ରଦାନ,ସରକାରଙ୍କ ନିକଟକୁ ଯାଉଥିବା ପ୍ରସ୍ଥାବର କପି ସମିତିସଭ୍ୟଙ୍କୁ ଦିଆଯିବା ସହ ବିଧାୟକ ଓ ଏମପି୍‌ଙ୍କ ଭଳି ହାତପାଣ୍ଠି ସେମାନଙ୍କ ପାଇଁ ବାର୍ଷିକ ୨୦ ଲକ୍ଷ ଦେବା କ୍ଷମତା ବ୍ୟବସ୍ଥାସରପଞ୍ଚଙ୍କ ଭଳି ସମିତିସଭ୍ୟଙ୍କୁ ସମାନ ମାସିଆଭତ୍ତା ପ୍ରଦାନ ଦାବି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଭାଜପା ସରକାରଙ୍କ ନିକଟରେ ସମସ୍ତଙ୍କ ମିଳିତରେ ଏହି ଦାବି ପୁଣି ଉପସ୍ଥାପନା କରାଯିବା ସହ ନିଜ ଦାବି ପାଇଁ ଲଢେଇ କରିବାକୁ ନିଷ୍ପତି ନିଆଯିବ ବୋଲି ମହାସଙ୍ଘର ଜିଲା ସଭାପତି ବୈଦ୍ୟନାଥ ବେହେରା ସମସ୍ତଙ୍କୁ ଆଲୋକପାତ କରିଥଲେ। ସେହିଭଳି ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ମଧ୍ଯ ସମସ୍ତ ଆଲୋଚନାକୁ ଆନ୍ତରିକତାର ସହିତ ଗ୍ରହଣ କରି ସମସ୍ତେ ଏକତା ହୋଇ ଯେ କୌଣସି ଲଢେ଼ଇ କଲେ ନିଶ୍ଚିତ ସଫଳ ହେବା ଓ ନିଜ ଅଧିକାର ନିଶ୍ଚିତ ପାଇବା ବୋଲି ନିଜ ବକ୍ତବ୍ୟରେ କହିଥିଲେ ଏବଂ ମହାସଂଘ ପ୍ରତି ମୋର ସମ୍ପୁର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୈଠକ ସମାପ୍ତ ହେଲା ପରେ ଭୋଜନକରି ୭ ଜଣିଆ ସମିତିସଭ୍ୟ/ସଭ୍ୟା ଦଳ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମକୁ ଯାଇ ଆମ୍ବ ଟାକୁଆ ବାସି ଖାଦ୍ୟ ଖାଇ ୩ ପରିବାର ୩ ମହିଳାଙ୍କ ମତ୍ୟୁ ଘଟଣାରେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଚାଉଳ ଓ ଟଙ୍କା ଆକାରେ ସ୍ବଳ୍ପ ସହାୟତା ପ୍ରଦାନ କରି ସ୍ଵାସ୍ଥ୍ୟ ପ୍ରତି ସଚେତନତା ରହିବା ପାଇଁ ପରାମର୍ଶ ଦେଇ ନିବେଦନ କରି ଫେରିଥିଲେ।ଗସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସମିତିସଭ୍ୟ ଅକ୍ଷୟ ନାୟକ,ଅରୁଣ ଗୌଡ଼,କାଳିପ୍ରସାଦ ମଲିକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସମସ୍ତ ସମିତିସଭ୍ୟ/ସଭ୍ୟା ଓ ପ୍ଳିହେରି ସରପଞ୍ଚ ପାଉଲ ପ୍ରଧାନ ପ୍ରମୁଖ ସହଯୋଗ ଥିଲେ।

Leave a Reply

Your email address will not be published. Required fields are marked *