ଆବାସିକ ବିଦ୍ୟାଳୟ ଗୁଡ଼ିକୁ ପରିଦର୍ଶନ କଲେ,ଛାତ୍ରଛାତ୍ରୀଙ୍କୁ ଦିଗ ଦର୍ଶନ ଦେଲେ ବିଡିଓ ବାହିନୀପତି

ଆବାସିକ ବିଦ୍ୟାଳୟ ଗୁଡ଼ିକୁ ପରିଦର୍ଶନ କଲେ,ଛାତ୍ରଛାତ୍ରୀଙ୍କୁ ଦିଗ ଦର୍ଶନ ଦେଲେ ବିଡିଓ ବାହିନୀପତି l
ଫୁଲବାଣୀ:ନିପ୍ର:-୨୨/୦୯ ସରକାରୀ ଚାକିରିଆ ମାନଙ୍କ ପାଇଁ ରବିବାର ଛୁଟି ଦିନଟିଏ ବ୍ୟକ୍ତିଗତ କାମ ପାଇଁ ବଡ଼ ଗୁରୁତ୍ୱପୂର୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ l ପରିବାର ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ତଥା ଅନ୍ୟାନ୍ୟ କାର୍ଯ୍ୟରେ ସାହାୟକ ହୋଇଥାଏ ରବିବାର ଛୁଟି ଦିନଟି l

ସେହିଭଳି ଏହି ଦିନଟି ସରକାରୀ ଚାକିରିଆ ଙ୍କ ପାଇଁ ବିଶ୍ରାମ ଦିନଟି ମଧ୍ୟ ନିହାତି କହିହେବ l କିନ୍ତୁ ଏହି ରବିବାର ଛୁଟି ଦିନଟି ମଧ୍ୟ ନିଜର ସରକାରୀ କାମରେ ଲଗାଇଦେବାଟା ଜଣେ ସରକାରୀ ଅଧିକାରୀକୁ କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ଦେଖିବାକୁ ମିଳିଛି l ଖାଲି ଏହି ଗୋଟିଏ ରବିବାର ନାହିଁ ପ୍ରତି ରବିବାର ସରକାରୀ କାମରେ ଲଗାଉଥିବା ସମସ୍ତ ଜନସାଧାରଣ ଓ ସରକାରୀ କର୍ମଚାରୀ ଙ୍କୁ ଆଶ୍ଚର୍ଯ୍ୟ କରିଛି l ସୂଚନା ଯୋଗ୍ୟ ଯେ ଏଭଳି ଖବର ଦୃଷ୍ଟି ଗୋଚରକୁ ଆସିଛି ଜିଲ୍ଲାର ଖଜୁରୀପଡ଼ା ବ୍ଲକ ବିଡିଓ ଶୁଭ ଦତ୍ତାତ୍ରୟ ବାହିନୀପତି ଙ୍କ କାର୍ଯ୍ୟକଳାପ ରେ l ବିଡିଓ ଶ୍ରୀ ବାହିନୀପତି ଯେଉଁ ଦିନଠାରୁ ଖଜୁରୀପଡ଼ା ବ୍ଲକରେ ଯୋଗଦାନ କଲେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଏହି କାର୍ଯ୍ୟକଳାପ ଦେଖି ଆସୁଛନ୍ତି ଜନସାଧାରଣ ଓ ସରକାରୀ କର୍ମଚାରୀ l ସେହିଭଳି ଗତ ରବିବାର ୨୧ ତାରିଖ ଦିନ ମଧ୍ୟ ବିଡିଓ ଶ୍ରୀ ବାହିନୀପତି ଖଜୁରୀପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ଆର,ନୂଆଗାଁ ପଞ୍ଚାୟତର ହିତାଧିକାରୀ କାରୀଙ୍କ ନିର୍ମାଣ ଆବାସ ଗୃହ ଗୁଡ଼ିକୁ ବୁଲି ଦେଖିବା ସହିତ ରଣପାଟୁଳି ଆବାସିକ ବିଦ୍ୟାଳୟ କୁ ପରିଦର୍ଶନ କରିଥିଲେ ବିଦ୍ୟାଳରେ ଛାତ୍ରଛାତ୍ରୀ ଙ୍କ ସହିତ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ସେଠାରୁ ଦୁତିମେଣ୍ଡି ପଞ୍ଚାୟତ କୁ ଗସ୍ତକରି ଲମ୍ବାଗୁଡ୍ରି ଆବାସିକ ବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଦିଗ ଦର୍ଶନ ଦେଇଥିଲେ l ସେହି ଅଞ୍ଚଳର ଆବାସ ଯୋଜନା ହିତାଧିକାରୀ ଙ୍କ ଆବାସ ଗୃହକୁ ବୁଲି ଦେଖିଲେ l ଏହାପରେ ସୁଡ୍ରେଜୁ ପଞ୍ଚାୟତ କୁ ଗସ୍ତକରି ବିଭିନ୍ନ ସରକାରୀ ଉନୟନ ମୂଳକ କାର୍ଯ୍ୟ ଓ ଆବାସ ଗୃହ ଗୁଡ଼ିକ ଦେଖି ଶେଷରେ ସେଠାକାର ସରକାରୀ ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟ କୁ ପରିଦର୍ଶନ କରିଥିଲେ ସେଠାରେ ମଧ୍ୟ ବିଭିନ୍ନ ସମସ୍ୟା ଉପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସହିତ ଆଲୋଚନା କରିଥିଲେ l ବିଡିଓ ଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ଅଧିକାରୀ ସନାତ ମଲିକ ସାମିଲ ହୋଇ ଉପସ୍ଥିତ ରହିଥିବା ବେଳେ ବିଡିଓ ଏଭଳି କାର୍ଯ୍ୟକଳାପ ସାଧାରଣରେ ଚର୍ଚ୍ଚା ହୋଇ ବିଡିଓ ହେଵତ ଏମିତି ବୋଲି ଜନସାଧାରଣ ଙ୍କ ଠାରୁ ପ୍ରକାଶ ପାଇଛି l

Leave a Reply

Your email address will not be published. Required fields are marked *