ଓଡିଶା ଯୋଗାଣ ନିଗମର ଜିଏମ ଙ୍କ ମଣ୍ଡି ପରିଦର୍ଶନ
ଓଡିଶା ଯୋଗାଣ ନିଗମର ଜିଏମ ଙ୍କ ମଣ୍ଡି ପରିଦର୍ଶନ
ପୁରୀ ୪/୨ ଓଡିଶା ଯୋଗାଣ ନିଗମର ଜିଏମ ୟୁ କେ ମିଶ୍ର ଗତକାଲି ପୁରୀ ଜିଲ୍ଲାର ବିଭିନ୍ନ ପାକ୍ସ ବା ଧାନ ମଣ୍ଡି ପରିଦର୍ଶନ କରିଛନ୍ତି।ସେ ସତ୍ୟବାଦୀ ବ୍ଲକର ମୂଳ ଅଳସ ସୋସାଇଟି ଓ ଶ୍ରୀରାମଚନ୍ଦ୍ରପୁର ମଣ୍ଡି ଏବଂ ସଦର ବ୍ଲକର ବାଲିପୁଟ ସୋସାଇଟି କୁ ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ।କୌଣସି ପରିସ୍ଥିତିରେ ଚାଷୀ ଯେପରି ହଇରାଣ ହରକତ ନ ହୁଅନ୍ତି, ମଣ୍ଡି ମାନଙ୍କ ରେ ସେମାନଙ୍କ ପାଇଁ ବିବିଧ ଆନୁଷଙ୍ଗିକ ସୁବିଧା ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ପ୍ରୋକରୋମେଣ୍ଟ ଜିଏମ ଏଲୋରା ସାମଲ,ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ,ଡିଆରସିଏସ ସରୋଜିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ବର୍ତ୍ତମାନ ସୁଦ୍ଧା ୮ ହଜାର ଚାଷୀ ମାନଙ୍କ ଠାରୁ ୩୧୪୪୧୮ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ୫୬,୦୫,୮୫,୦୨୦ ଟଙ୍କା ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।
