ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସୋମବାର ଦିନ ରlୟଗଡ଼ ଜିଲ୍ଲା ଗସ୍ତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସୋମବାର ଦିନ ରlୟଗଡ଼ ଜିଲ୍ଲା ଗସ୍ତ
” ସୁଭଦ୍ରା ଶକ୍ତି ମେଳାର ଉଦ୍ଘାଟନ”
ରାୟଗଡ଼ା-୧/୦୨-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨ ଫେବ୍ରୁଆରୀ ୨୦୨୬ ସକାଳ ୧୧.୦୦ ଘଟିକାରେ ରାୟଗଡ଼ ଗସ୍ତରେ ଆସିବେ l ସ୍ଥାନୀୟ ଜି.ଆଇ.ଏସ.ଆର. ପାଖରେ ଥିବା ଯେସ୍କ ପଡ଼ିଆଠାରେ ପହଞ୍ଚି ଜିଲ୍ଲା ନାରୀଶକ୍ତିର ସଶକ୍ତ ପ୍ରଦର୍ଶନ ସୁଭଦ୍ରା ଶକ୍ତି ମେଳାର ଉଦ୍ଘାଟନ କରିବେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିବେ l
ଏହି ଗସ୍ତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୩୪୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୬୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୨୧ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ। ଏହା ଜିଲ୍ଲାର ବିକାଶ ଓ ନୂତନ ଦିଗଦର୍ଶନ ପ୍ରଦାନ କରିବ।
ଉକ୍ତ ସୁଭଦ୍ରା ଶକ୍ତି ମେଳା ୨ ଫେବ୍ରୁଆରୀରୁ ୮ ଫେବ୍ରୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସମ୍ମାନିତ କରାଯିବ। ଏହି ମେଳାରେ ୧୨୦ଟି ଷ୍ଟଲ୍ ସ୍ଥାପିତ ହୋଇଛି। ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମୁଲ୍ୟ ଧର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ସ୍ଥାନୀୟ ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦାନ କରି ଆୟୋଜନର ସମୀକ୍ଷା କରିଥିଲେ l
ଏହି ମେଳା ମାଧ୍ୟମରେ ଜିଲ୍ଲାର ନାରୀମାନଙ୍କ ଉଦ୍ୟମଶୀଳତା ଓ ସଶକ୍ତିକରଣର ଅବଦାନକୁ ସମ୍ମାନ ଦିଆଯିବ। ସମଗ୍ର ଜିଲ୍ଲାବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରାଯାଉଛି। ଏହା ନାରୀମାନଙ୍କ ଆତ୍ମନିର୍ଭରଶୀଳତା ଓ ସ୍ଥାନୀୟ ସଂସ୍କୃତିର ସଂଯୋଗରେ ଏକ ଅନନ୍ୟ ମଞ୍ଚ ହିସାବରେ କାର୍ଯ୍ୟ କରିବ। ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *