କୟାକଳ୍ପ ର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ
ଏ ଭି ଓପ୍ରକାଶ କୁମାର ପାତ୍ର କାମାକ୍ଷାନଗର,ଆଙ୍କର- କାମାକ୍ଷାନଗର ଉପଖଣ୍ଡ ରେ ସ୍ଵଛତାମିଶନ ସକାଶେ କାୟାକଳ୍ପ ର ଏକ ପ୍ରତିନିଧି ଦଳ ଗୁରୁବାର ଅପରାହ୍ନରେ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ରେ ଆସି ଫେରିଯାଇଛନ୍ତି l ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଛତା ଲକ୍ଷ ରଖି କାୟାକଳ୍ପ ମିଶନ ସକାଶେ ଉପଖଣ୍ଡ ଚିକିତ୍ସାଳୟ କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ମହାପାତ୍ରଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଉପଖଣ୍ଡ ଚିକିତ୍ସାଳୟ ରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିବାର ଜଣାଯାଇଛି l ଚିକିତ୍ସାଳୟ ପରିଦର୍ଶନ ମଧ୍ୟରେ ମିଶନ ଶକ୍ତି ମାଧ୍ୟମରେ ଖାଦ୍ୟ ବିକ୍ରୟ, ଔଷଧ ବିତରଣ, ପରିବେଶ ସ୍ୱଛତା, ପ୍ରତ୍ୟେକ ୱାର୍ଡ ସହିତ ବିଭିର୍ନ୍ନ ବିଭାଗ ବୁଲି ସ୍ୱଛତା ସହିତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି ନଜର କରି ଫେରି ଯାଇଥିବାର ଜଣାଯାଇଛି l
