ପରିବେଶ କୁ ଭଲ ପାଉଥିବା ବିବେକାନନ୍ଦ*ଏକ୍ ପେଡ ମା କେ ନାମ୍, କୁ ମା ମାନଙ୍କ ଗହଣରେ ପାଳିଲେ

ତିର୍ତ୍ତୋଲ:ପରିବେଶ ର ସନ୍ତୁଳନ ରକ୍ଷା ନିମନ୍ତେ ସବୁଜିମା ନିତାନ୍ତ ଆବଶ୍ୟକ, ଯାହାକୁ ବର୍ତ୍ତମାନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି | ନିକଟରେ କେନ୍ଦ୍ର ସରକାର ଙ୍କ ତରଫରୁ “ଏକ୍ ପେଡ ମା କେ ନାମ୍” ନାରା ସହିତ ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ | ଯାହା ସଫଳତା ପୂର୍ବକ ସମାପ୍ତ ହୋଇଛି ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଦିବସ ତଥା ଅକ୍ଟୋବର ୨ ତାରିଖରେ | ହେଲେ କିଛି ଏମିତି ବ୍ୟକ୍ତିତ୍ୱ ଆମ ସମାଜରେ ଅଛନ୍ତି ଯେଉଁମାନେ ବୃକ୍ଷ ରୋପଣ କୁ ନିଜ ଜୀବନର ବ୍ରତ ବୋଲି ଧରିନେଇଛନ୍ତି | ସେହିଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ବିବେକାନନ୍ଦ ମହାନ୍ତି | ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ର ବାସିନ୍ଦା ହେଉଛନ୍ତି ପରିବେଶ ପ୍ରେମୀ ବିବେକାନନ୍ଦ ମହାନ୍ତି |

ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଉନ୍ନତ ପ୍ରଜାତିର ବିଭିନ୍ନ ମଞ୍ଜି ସଂଗ୍ରହ କରିଥାନ୍ତି, ମଞ୍ଜି ଗୁଡ଼ିକରୁ ଚାରା ସୃଷ୍ଟି କରିବା ପରେ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ସେଗୁଡିକୁ ରୋପଣ କରିବା ସହିତ ତାର ରକ୍ଷଣାବେକ୍ଷଣ ମଧ୍ୟ କରିଥାନ୍ତି | ସେହି ଚାରା ଗୁଡିକୁ ସୁଲଭ ମୂଲ୍ୟରେ ବିକ୍ରି କରିବା ସହିତ କିଛି ସ୍ୱତନ୍ତ୍ର ଦିବସ ଯେମିତିକି ସ୍ୱାଧୀନତା ଦିବସ, ଗାନ୍ଧୀ ଜୟନ୍ତୀ ରେ ନିଶୁଳ୍କ ବଣ୍ଟନ କରିବା ସହିତ ଲୋକ ମାନଙ୍କୁ ନିବେଦନ କରିଥାନ୍ତି ସେଗୁଡିକର ରକ୍ଷଣାବେକ୍ଷଣ କରିବା ପାଇଁ | ଚଳିତବର୍ଷ ଗାନ୍ଧୀ ଜୟନ୍ତୀ ରେ ଭରାଗୋଳ ଜମ୍ବୋଦୀପ ସ୍ଥିତ ମା’ବଜ୍ରସେନୀ ଠାକୁରାଣୀ ଙ୍କ ପୀଠରେ ଗ୍ରାମବାସୀ ମାନଙ୍କ ସହିତ ବୃକ୍ଷ ରୋପଣ କରିଥିଲେ | ବିବେକାନନ୍ଦ ଙ୍କ ଏହି କାର୍ଯ୍ୟ କୁ ପଞ୍ଚାୟତବାସୀ ପୂର୍ଣ୍ଣ ସମର୍ଥନ କରିବା ସହିତ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା | ଆଜି ପର୍ଯ୍ୟନ୍ତ ବିବେକାନନ୍ଦ ଛଅ ଶହ ରୁ ଉର୍ଧ୍ଵ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିବା ବେଳେ ଆଗାମୀ ଦିନରେ ଏହି ମହତ କାର୍ଯ୍ୟ ଜାରିରହିବ ବୋଲି ମତ ଦେଇଛନ୍ତି |

Leave a Reply

Your email address will not be published. Required fields are marked *