ହିଞ୍ଜିଳି ରେ ନଵୀନ ଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ
। ମଙ୍ଗଳବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ ହିଞ୍ଜିଳି ଗସ୍ତରେ ଆସିଥିଲେ। ପ୍ରଥମେ ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ଓ ସାରୁ ମଧ୍ୟରେ ଥିବା ମେଘମାଳ ପଡ଼ିଆରେ ର୍ନିଦ୍ଧାରିତ ସମୟର ରେ ହେଲିକପ୍ଟର ଯୋଗେ ଆସି ପହଞ୍ଚିଥିଲେ। ସେଠାରୁ ହିଞ୍ଜିଳିକାଟୁ ପୌରପରିଷଦ ପୁର୍ତ୍ତ ବିଭାଗ ଡାକବଙ୍ଗଳା ରେ ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନ ୩ଘଣ୍ଟା ସମୟରେ ଆଙ୍କୋରଡା ଗ୍ରାମ ଦେଈ ଗୋପବନ୍ଧୁ ମାର୍ଗ ରେ ରୋଡ ସୋ କରି ଦଳୀୟ ଭୋଟ ଭିକ୍ଷା କରିଥିଲେ।୪ଘଣ୍ଟ ସମୟରେ ୱାର୍ଡ ନଂ ୧୩ ରଙ୍ଗୁଣି ସାହିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ହଜାର ହଜାର ଜନସାଧାରଣଙ୍କୁ ଭେଟି ସେଲ୍ଫି ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ମଞ୍ଚରେ ଜୟ ଜଗନ୍ନାଥ, ଜୟ ତାରାତାରିଣୀ ବୋଲି ସମ୍ବୋଧନ କରିଥିଲେlଦୀର୍ଘ ବର୍ଷ ଧରି ନଵୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଅଳଙ୍କୃତ ହୋଇଛନ୍ତି।ଦେଶରେ ହିଞ୍ଜିଳିକାଟୁ ବ୍ଲକ୍ ଶ୍ରେଷ୍ଠ ବ୍ଳକ ଓ ପ୍ୟୈରାଞ୍ଚଳ ଶ୍ରେଷ୍ଠ ଓ ଏକ ଜିଲ୍ଲା ଗଞ୍ଜାମ ଜିଲ୍ଲା ପରିଚିତ । ଆମ ମୁଖ୍ୟମନ୍ତ୍ରୀ କଥା କମ୍ ଓ କାମ ବେଶିରେ ବିଶ୍ୱାସ ରଖନ୍ତି। ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଦ୍ରୁତ ଗତିରେ ହୋଇଛି। ମୁଁ ଗତ ବର୍ଷ ହିଞ୍ଜିଳି ଆସିଥିଲି । ଆଗକୁ ମଧ୍ୟ ବିକାଶ ଜାରି ରହିବ ବୋଲି କହିଥିଲେ। ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଓ ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଯୋଡ଼ା ଶଙ୍ଖରେ ଭୋଟ୍ ଦେଇ ପୁଣିଥରେ ଷଷ୍ଟ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିକାଶର ସାରଥୀ କରିବାକୁ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ସମ୍ବୋଧନ ଓ ଅନୁରୋଧ କରିଥିଲେ ପାଣ୍ଡିଆନ। ଏହି ଅବସରରେ ମଞ୍ଚରେ ପାଣ୍ଡିଆନଙ୍କ ସହ ସଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଓ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ମଞ୍ଚରେ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ । ନିର୍ବାଚନୀ ପ୍ରଚାର ସଭା ଆୟୋଜନରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର , ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ପୁର୍ବତନ ଚେୟାରମେନ ହୃଦୟାନନ୍ଦ ମହାପାତ୍ର ଓ ଦଳୀୟ କର୍ମକର୍ତ୍ତା ସହଯୋଗ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନୀ ସଭା ଆୟୋଜନ ହୋଇଥିଲା ।
