ଭଏସଅଫ ମିଡ଼ିଆର ସାଧାରଣ ପରିଷଦ ବୈଠକ ।
କନ୍ଧମାଳ ଜିଲ୍ଲା ଭଏସ ଅଫ ମିଡ଼ିଆର ଏକ ସାଧାରଣ ପରିଷଦ ବୈଠକ ଫୁଲବାଣୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି ।ସବୁ ବୈଠକରେ ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଗୋପାଳକୃଷ୍ଣ ପଟ୍ଟନାୟକ ଓ ଫିଲମୋହନ ନାୟକ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଭଏସ ଅଫ ମିଡ଼ିଆର ସଦସ୍ୟ ସଂନ୍ତୋଷ କୁମାର ଦିଗାଲଙ୍କୁ ରାଜ୍ୟ ସଂଗଠନରେ କାର୍ଯ୍ୟକାରୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବାରୁ ଜିଲ୍ଲା ପକ୍ଷରୁ ଏହି ବୈଠକରେ ସ୍ୱାଗତ କରାଯାଇଥିଲା । ଏହା ସହ ବୈଠକରେ କିଛି ଜିଲ୍ଲାର ସଂଗଠନ ନେଇ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିଲା । ସଂଗଠନର ସମ୍ପାଦକ ଅଜିତ ମହାରଣା ବୋହୁ ଦିନ ଧରି ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ସମ୍ପାଦକ ଦାଇତ୍ଵ ତୁଲାଇବା ପାଇଁ ଅକ୍ଷମତା ପ୍ରକାଶ କରି ସଂଗଠନକୁ ଜଣାଇଥିଲେ, ସଂଗଠନରେ ଆଲୋଚନା କରାଯାଇ ତାଙ୍କୁ ସମ୍ପାଦକ ଦାଇତ୍ଵରୁ ମୁକ୍ତ କରାଯାଇ ତାଙ୍କୁ ବରିଷ୍ଠତା ଓ ଅଭିଜ୍ଞତା ଆଧାରରେ କାର୍ଯ୍ୟକାରୀ ସଭାପତି ରୂପେ ଦାଇତ୍ଵ ପ୍ରଦାନ କରାଗଲା ଓ ସହ ସମ୍ପାଦକ ରମେଶ ପ୍ରଧାନଙ୍କୁ ସମ୍ପାଦକ ଭାବେ ମନୋନୀତ କରାଗଲା, ସହ ସମ୍ପାଦକ ଭାବେ ଯୁବ ସାମ୍ବାଦିକ ସୁଧୀର ମହାରଣାଙ୍କୁ ଦାଇତ୍ଵ ପ୍ରଦାନ କରାଗଲା । ସେହିଭଳି ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ଆଦିତ୍ୟ ତ୍ରିପାଠୀଙ୍କୁ ମନୋନୀତ କରାଗଲା । ସଂଗଠନକୁ ସୁଦୃଢ କରିବା ଓ ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦିକଙ୍କ ପାଇଁ ଜୀବନ ବୀମା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଶାନ୍ତ ପଣ୍ଡା, କାଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଜେନା, ରାଜ୍ୟ ପରିଷଦ ସଦସ୍ୟ ବି.ଭି ଶଙ୍କର ଜିଲ୍ଲାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ମତ ରଖିଥିଲେ।
