ଭଏସ ଅଫ ମିଡ଼ିଆ ଓଡ଼ିଶାର ସାମ୍ବାଦିକ ବନ୍ଧୁ କାର୍ଯ୍ୟକ୍ରମ

ଭଏସ ଅଫ ମିଡ଼ିଆ ଓଡ଼ିଶାର ସାମ୍ବାଦିକ ବନ୍ଧୁ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ ହିଞ୍ଜିଳିକାଟୁ -୨୨/୧୨/୨୫ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିରେ ଭଏସ ଅଫ ମିଡ଼ିଆ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୨୧ ତାରିଖ ରବିବାର ଦିନ ମାଁ ଶ୍ୟାମଳାୟୀ ପୀଠରେ ସମୟ ସକାଳ ୧୦ଟା ରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି ଡ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ,ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ୱର ବିଧାର ମୁଖ୍ୟ ବକ୍ତା , ସମ୍ମାନିତ ଅତିଥି ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ପରିଡା ,ରାଜ୍ୟ କୋଷାଧ୍ୟକ୍ଷ ସରୋଜ କୁମାର ମୁଦୁଲି ,ରାଜ୍ୟ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପତି ,ରାଜ୍ୟ କାର୍ଯ୍ୟନିର୍ବାହୀ ଅରୁଣ କୁମାର ଗୌଡ଼ ଓ ହିଞ୍ଜିଳି ବ୍ଳକ ସଭାପତି ରଂଜିତ କୁମାର ପୋଲାଇ ମଞ୍ଚାସୀନରେ ୨୨ଟି ବ୍ଳକରୁ ଆସିଥିବା ସାମ୍ବାଦିକକୁ ନେଇ ବନ୍ଧୁ ମିଳନ ସହ ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ ହୋଇଥିଲା । ଉକ୍ତ ସଭାକାର୍ଯ୍ଯରେ ସଂଘର ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆମ ସଂଘର ସାମ୍ବାଦିକଙ୍କ ଉନ୍ନତି ନେଇ ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ବିମା ସହ ପିଲାମାନଙ୍କ ପାଇଁ ପାଠପଢ଼ା ଉପକରଣ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କ ପାଇଁ ପେନସନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ରାଜ୍ୟ ସଭାପତି ମିଶ୍ର କହିଛନ୍ତି । ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ଆଇନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଆଗକୁ ଦାବି ଉପସ୍ଥାପନା କରାଯିବା ଲାଗି ମଧ୍ୟ ଉକ୍ତ ସାଂଗଠନିକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ସଂଘରେ ଥିବା ସମସ୍ତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବରିଷ୍ଠ ସାମ୍ବାଦିକଙ୍କ ପାଇଁ ମାସିକ ପେନସନ ସୁବିଧା ସୁଯୋଗ ଦିଆଯାଇଆସୁଥିବା ମଧ୍ୟ ରାଜ୍ୟ ସଭାପତିଙ୍କ ସୁଚନା ରହିଛି । ହିଞ୍ଜିଳି ଏବଂ ଶେରଗଡ଼ ବ୍ଳକର ସାମ୍ବାଦିକ ଗୌରହରି ସାବତ,ରାମକୃଷ୍ଣ ପାଣି ,ବାପୁନି ସେଠୀ ,ବିରୁପାକ୍ଷ ବିଶୋଇ ପିତବାସ ପ୍ରଧାନ ,ଜଗତ କୁମାର ସାହୁ ,କୃଷ୍ଣଚନ୍ଦ୍ର ସାମନ୍ତରାୟ , ରାଜେଶ କୁମାର ସାହୁ , ରଘୁନାଥ ଆଚାର୍ଯ୍ୟ ଏବଂ ସୁଶ୍ରୀ ଶୁଭଦ୍ରା ଶୁକ୍ଳା ସଭା ପରିଚାଳନା ସହ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *