ଭଏସ ଅଫ୍ ମିଡ଼ିଆ ପକ୍ଷରୁ କନ୍ଧମାଳର ଡ୍ରପ ଆଉଟ ଷ୍ଟୁଡେଣ୍ଟସଙ୍କ ସମସ୍ୟା ହ୍ରାସ ଉଦ୍ୟମ ।

ଫୁଲବାଣୀ,କନ୍ଧମାଳ ଜିଲ୍ଲାରେ ଡ୍ରପ ଆଉଟ ଛାତ୍ର ସଂଖ୍ୟା ସମ୍ବବତ ୩୨୦୦ ଅଧିକ । ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁଶିତ ଜିଲ୍ଲା କନ୍ଧମାଳରେ ଡ୍ରପ ଆଉଟ ଛାତ୍ର ଛାତ୍ରୀ ସଂଖ୍ୟା ୩୨୦୦ ଅଟେ । ଫୁଲବାଣୀ ମୁନିସିପାଲିଟି ରେ ତାହା ୮୨ ଜଣ ଥିବାବେଳେ ସର୍ଭେ ରୁ ଏହି ତଥ୍ୟ ପ୍ରକାଶ ପାଇଛି । ଫୁଲବାଣୀରେ ଡ୍ରପ ଆଉଟ ସମସ୍ୟା ବଢ଼ି ବଢ଼ି ଚାଲୁଥିବା ବେଳେ କନ୍ଧମାଳ ଜିଲ୍ଲା ର ଭଏସ ଅଫ୍ ମିଡ଼ିଆ ପକ୍ଷରୁ ଫୁଲବାଣୀ ସହରର କେତକ ସାହିରେ ଛାତ୍ର ଛାତ୍ରୀ ଙ୍କର ପିତାମାତା ଙ୍କୁ ବୁଝେଇବା ସହ ଛାତ୍ର ମାନଙ୍କୁ ସ୍କୁଲ କୁ ପଠାଇବ ପାଇଁ ବୁଝାଇ ଥିଲେ । ଭଏସ ଅଫ ମିଡ଼ିଆ ର ସଭାପତି ଶିବାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅଜିତ କୁମାର ମହାରଣା, ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପଣ୍ଡା ,ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ ପ୍ରମୁଖ ଛାତ୍ର ଛାତ୍ରୀ ଙ୍କ ଘର ଘର ବୁଲି ବୁଝାଇଥିଲେ । ଏ ନେଇ ଭଏସ ଅଫ ମିଡ଼ିଆ ର କର୍ମ କର୍ତ୍ତା ଜିଲ୍ଲା ପାଳଙ୍କୁ ଡ୍ରପ ଆଉଟ ସମସ୍ୟା ସମ୍ପର୍କରେ ଅବଗତ କରାଇ ଥିଲେ । ପରେ ଆଇନ ପ୍ରାଧିକରଣ ବିଭାଗ ପକ୍ଷରୁ ଏନେଇ ଡ୍ରପ ଆଉଟ ସମ୍ଭନ୍ଧରେ ବାଇ ଡା ଗ୍ରାମରେ ଏକ ସଚେତନ। ବୈଠକ ଗ୍ରାମ ବାସୀ ଓ ଛାତ୍ର ଛାତ୍ରୀ କୁ ନେଇ କର୍ମ ଶାଳ। ହୋଇ ଯାଇଛି ଶିକ୍ଷା ବିଭାଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇ ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *