ବିପଦର ବନ୍ଧୁ ଓଡ଼ିଶା ଏବଂ ମହାଲକ୍ଷ୍ମୀ ଫିଲିଙ୍ଗ୍ ପଏଣ୍ଟ୍ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ହିଞ୍ଜିଳିକାଟୁ :-୦୩/୦୬ ,ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ ସମରଝୋଳ ସ୍ଥିତ ମହାଲକ୍ଷ୍ମୀ ଫିଲିଂ ପଏଣ୍ଟର ପ୍ରଥମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରକୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ , ଶଙ୍କର ଚକ୍ଷୁ ଚିକିତ୍ସାଳୟ ସିଇଓ ଶ୍ରୀଯୁକ୍ତ ଜେ. ବାବୁ ,ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ଗୌରହରି ପୋଲାଇ ,ମକରଝୋଳର ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ ବି. ଶଙ୍କର ଏବଂ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ନିମାଇଁ ଚରଣ ଗଉଡ଼ ଉପସ୍ଥିତିରେ ହିଞ୍ଜିଳିକାଟୁ ବିଡ଼ିଓ ଶ୍ରୀଯୁକ୍ତ ସୁବ୍ରତ କୁମାର ଜେନା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ମାନେ ସମାଜ ଉଦ୍ଧେଶ୍ୟରେ ରକ୍ତଦାନର ସଚେତନତା ବାର୍ତ୍ତା ପ୍ରଦାନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ସମାଜସେବୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା ।ଉକ୍ତ ଶିବିରରେ ମୋଟ ୨ ଜଣ ଦିବ୍ୟାଙ୍ଗ ରକ୍ତଦାତାଙ୍କ ସମେତ ୯୨ ଜଣ ରକ୍ତଦାନ କରିଥିଲେ ।
ରିପୋର୍ଟ :-ରଂଜିତ କୁମାର ପୋଲାଇ ।
