ରାଣୀବନ୍ଧ ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଆଠମଲ୍ଲିକ, ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତ ର ରାଣୀବନ୍ଧ ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମା ବୀଣାପାଣି ପୂଜା କମିଟି ଆନୁକୂଲ୍ୟରେ ମହାଲକ୍ଷ୍ମୀ ଙ୍କ ମାଣବସା ବ୍ରତ ଉପଲକ୍ଷେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରାଣୀବନ୍ଧ ଗ୍ରାମର କୋଠଘର ଠାରେ ଅନୁଷ୍ଟିତ ହୋଇଥିଲା।ଉକ୍ତ ଶିବିର ରେ ୮୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିର ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ସୁନିଲ୍ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସୁବୋଧ କୁମାର ମହାପାତ୍ର ବ୍ଲକ୍ ବିଜେଡି ସଭପତି ମହେଶ୍ବର ଦେହୁରୀ ଓ ୬ ନଂ ଜୋନ ଜିଲ୍ଲା ପରିଷଦ ଯୁଧିଷ୍ଟିର ସିଂହ, ଏଚ.ଡି.ଏଫ୍.ସି ବ୍ୟାଙ୍କ ର ଏଲିଜା ତ୍ରିପାଠୀ, ରାଜେଶ୍ ମଣ୍ଡଳ,ଠାକୁରଗଡ଼ ଥାନା ର ଭାରପ୍ରାପ୍ତ

ଅଧିକାରୀ ମନୋଜ କୁମାର ବେହେରା ଓ ରାଣୀବନ୍ଧ ଗ୍ରାମର ସଭାପତି ଅଜିତ୍ କୁମାର ମିଶ୍ର , ଅନାମ ଚରଣ ସ୍ବାଇଁ, ପ୍ରକାଶ ସାହୁ, ରଞ୍ଜନ ସାହୁ, ହିମାଂଶୁ ସ୍ବାଇଁ, ଅଶ୍ୱିନୀ ସ୍ବାଇଁ, ମଣ୍ଟୁ ନାୟକ, ସୁନିଲ୍ ସାହୁ, ଡାକ୍ତର କୁମାର ସୌରଭ, ମିସ ଆର୍ଯ୍ୟବାଳା ଦାସ, ମୁକେଶ କୁମାର ଦେହୁରୀ, ବିନୟ କୁମାର ବିଶ୍ୱାଳ, ସୌମ୍ୟରଞ୍ଜନ ବେହେରା, ରବୀନ୍ଦ୍ର ନାଥ ମହାନ୍ତି, ରାକେଶ କୁମାର ଦତ୍ତ, ଗିରିଶ ଚନ୍ଦ୍ର ବେହେରା,ରୁଦ୍ର ମୋହନ ତ୍ରିପାଠୀ ଡାକ୍ତରୀ ଟିମ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ରକ୍ତ ଦାତା ମହାସଂଘ ର ସଭାପତି ଶତ୍ରୁଘ୍ନ ସାହୁ ଏବଂ ସମ୍ପାଦକ ବିନୟ କୁମାର ପଟ୍ଟନାୟକ ଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।
