ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର
ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ, ୩୫ ୟୁନିଟ ରକ୍ତସଂଗ୍ରହ ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆଜି ବାଣୀଗୋଛା ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଟ୍ରଷ୍ଟର ଚେୟାରମ୍ୟାନ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ସ୍ବେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଣୀଗୋଛା ସରପଞ୍ଚ ସସ୍ମିତା ମହାକୁଡ଼ ଯୋଗଦେଇଥିବାବେଳେ ଲୋକପ୍ରିୟ ଅଭିନେତା ପୂର୍ଣଚନ୍ଦ୍ର ହିଷ୍ଟ୍ରିଆ, ବନପାଳ ରାଜ ଶତପଥୀ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି ରକ୍ତଦାନ ଶିବିରରେ ସମୁଦାୟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ପୂର୍ବରୁ ବହୁ ଜନହିତକର କାର୍ଯ୍ୟକରୀ ଦଶପଲ୍ଲାରେ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ବହୁ ପ୍ରଶଂସା ପାଇପାରିଛି ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
