ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ ନିମନ୍ତେ ସ୍ବେଚ୍ଛାସେବୀ ସମନ୍ଵୟ ବୈଠକ

କୋଣାର୍କ:- କୋଣାର୍କ ମାଘମେଳାକୁ ସରସ ସୁନ୍ଦର କରିବା ପାଇଁ ସେଚ୍ଛାସେବି ସଙ୍ଗଠନ ପକ୍ଷରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ,NCS, ACS, ନେହରୁ ଯୁବକେଦ୍ର, ସ୍କାଉଡ ଗାଇଡ, ରେଡକ୍ରସ ର ଛାତ୍ରଛାତ୍ରୀ ମାନଙ୍କ ସହ ସେଚ୍ଛାସେବିଙ୍କୁ ନେଇ ଅଗ୍ନିଶମ ବିଭାଗ ଓ କୋଣାର୍କ ପୋଲିସ ପକ୍ଷରୁ ତାଲିମି ସିବିର ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରଭାଗା, ତ୍ରୀର୍ଥ ପୁଷ୍କରିଣୀ, ମାଘମେଳା ପଡିଆ,କୋଣାର୍କ ଠାରୁ ଚନ୍ଦ୍ରଭାଗା ମୁଖ୍ୟ ରାସ୍ତାର ପ୍ରତେକ ଯାଗାରେ କିପରି ଶ୍ରନ୍ଧାଳୁ ମାନେ ସୁରକ୍ଷା ପାଇବେ, ସେଥିପାଇଁ କୋଣାର୍କ NAC ଓ ସେଚ୍ଚାସେବୀ ସଙ୍ଗଠନ ଓ ବସନ୍ତ ମଞ୍ଚରୀ ପାଠାଗାର ନେହୁରୁ ଯୁବକେନ୍ଦ୍ର ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀ ପକ୍ଷରୁ ସୁରକ୍ଷା ଦେବା ସହ ନବଗ୍ରହ, ସୂର୍ଯ୍ୟ ମନ୍ଦିର ବୁଲିବା ରେ ସହଯୋଗ କରିବା ପାଇଁ ୩୦୦ରୁ ଅଧିକ ସେଚ୍ଛାସେବି କୁ ତାଲିମି ଦିଆଯାଇଥିଲା। ଚଳିତ ବର୍ଷ ଲକ୍ଷାଧିକ ଶ୍ରନ୍ଧାଳୁ କୁ ଆଖିରେ ଆଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବେବସ୍ତା କରାଯାଇଛି ବୋଲି କୋଣାର୍କ NAC ଅଧିକାରୀଣୀ ମତ ରଖିଛନ୍ତି। ଆଉ ମାତ୍ର ଆସନ୍ତା କାଲି ହେବାକୁ ଯାଉଛି ମାଘମେଳା ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବେବସ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।ଆଜିର ବୈଠକ ରେ ଗୋପ ତହସିଲଦାର ଅନୀଲ ମହାନ୍ତି ,ଗୋପ ବିଡ଼ିଓ ତଥା କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଛବିରାଣୀସାହୁ,ରାମଚଣ୍ଡୀ ଥାନା ଅଧିକାରୀ ସୁରେଶ ପୃଷ୍ଟି,ଚନ୍ଦ୍ରଭଗା ମେରାଇନି ଥାନା ଅଧିକାରୀ ପ୍ରତିମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *