ଚନ୍ଦ୍ରଭାଗା ମେଳା ନିମନ୍ତେ ସ୍ବେଚ୍ଛାସେବୀ ସମନ୍ୱୟ ବୈଠକ
ଚନ୍ଦ୍ରଭାଗା ମେଳା ନିମନ୍ତେ ସ୍ବେଚ୍ଛାସେବୀ ସମନ୍ୱୟ ବୈଠକ l ମୁତୟନ ହେବେ ୩ଶହ ସ୍ବେଚ୍ଛାସେବୀ l ୨ ଦିନ ପରେ ମାଘ ସପ୍ତମୀ ବୁଡ଼ କୋଣାର୍କ- ଆସନ୍ତା ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ବିଶ୍ବପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳାରେ ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ସ୍ବେଚ୍ଛାସେବୀ ମୁତୟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବୁଧବାର ଯାତ୍ରିନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। କୋଣାର୍କ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କର ପର୍ଯ୍ୟଟନ ଅଧିକାରୀ ମାମିନି କୁମାରୀ ପରିଡ଼ା, କୋଣାର୍କ ଥାନାର ଭରପ୍ରପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜବହାର ନବଡୋୟ ବିଦ୍ୟାଳୟର ଲକ୍ଷ୍ମୀଧର ମଲ୍ଲିକ, ୟୁଥ୍ ରେଡକ୍ରସ ର ଅଧ୍ୟାପକ ଅରବିନ୍ଦ ସାହୁ, ଜୁନିଅର ରେଡକ୍ରସ ପ୍ରଦୀପ କୁମାର ପ୍ରଧାନ

ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ଚନ୍ଦ୍ରଭାଗା ମାଘ ମେଳାକୁ ସୂଚାରୁ ରୂପେ ସମ୍ପାଦିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଶାନ୍ତି ଶୃଙ୍ଖଳା,ଟ୍ରାଫିକ, ନବଗ୍ରହ ମନ୍ଦିର, ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି , ତୀର୍ଥ ନିକଟ ଓ ଠାକୁରଙ୍କ ପାଖରେ ସ୍ୱେଚ୍ଛାସେବୀ ମାନଙ୍କୁ ମୁତୟନ କରାଯିବ ବୋଲି ସଂଯୋଜକ ରାମକୃଷ୍ଣ ମହାନ୍ତି ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ଜାତୀୟ ସମର ଶିକ୍ଷର୍ଥୀ ବାହିନୀ , ସ୍କାଉଟ୍ ଓ ଗାଇଡ, ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍, ଜୁନିଅର ରେଡକ୍ରସ , ଉତ୍ସର୍ଗ ପରିବାର, ମାଇଁ ଭାରତ, ସବୁଜ ସଂକଳ୍ପ, ସେବକ, ବସନ୍ତ ମଞ୍ଜରୀ ପାଠାଗାର , ରେଡ଼ିଓ ନମସ୍କାର, ଜାଭିୟର କଲେଜ ଅଫ ହୋଟେଲ ମ୍ୟାନେମେଣ୍ଟ, ସମସ୍ତ ଗଣମାଧ୍ୟମର ପ୍ରତିନିଧି, ଜାତୀୟ ସବୁଜ ବାହିନୀ ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଶେଷରେ ନିରଞ୍ଜନ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।
