ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ୍‌କାର୍ଯ୍ୟକ୍ରମ ଓ ମଶାଲ ଶୋଭାଯାତ୍ରା

ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ୍‌କାର୍ଯ୍ୟକ୍ରମ ଓ ମଶାଲ ଶୋଭାଯାତ୍ରା


ଅଖିଳ ଭାରତ କଂଗ୍ରେସ କମିଟି ସଭାପତି,ମାଲିକାର୍କୁନ ଖଡଗେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନୟକଙ୍କ ନେତୃତ୍ଵରେ ଭୋଟ ଚୋର ଗାଦି ଛୋଡ୍‌ ଦାବୀରେ ନୟାଗଡ଼ ସିନ୍ଦୁରିଆ ଠାରୁ ଦକ୍ଷୀଣକାଳୀ ମନ୍ଦିର ପର୍ଯ୍ୟନ୍ତ ଏକ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟକର୍ତା ଯୋଗଦେଇ ଭୋଟ ଚୋରି କରି ଶାସନ କରୁଥିବା ମୋଦି ସରକାରଙ୍କ ବିରୋଧରେ ସ୍ଳୋଗାନ ଦେବା ସହ ଭାରତ ନିର୍ବାଚନ ଆୟୋଗ ବିରୋଧରେ ନାରାବାଜି କରିଥିଲେ । ଲୋକସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧି ନିଜସ୍ଵ ଅନୁସନ୍ଧାନ ଦ୍ଵାରା ଲୋକ ଲୋଚନକୁ ଆଣିଥିବା ଭୋଟ ଚୋରିର ୫ଟି କୁଖ୍ୟାତ କୌଶଳ ସଂମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଭୋଟ ଚୋରିକୁ ରୋକିବାକୁ ସମସ୍ତେ ଆଗେଇ ଆସିବାକୁ ଦଳ ପକ୍ଷରୁ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା । ଗଣତନ୍ତ୍ର ବଞ୍ଚାଅ ମହାସଂଗ୍ରାମ ରେ ସାମିଲ ହେବାକୁ ଦଳ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। କାର୍ଯ୍ୟକ୍ରମରେ ରଞ୍ଜିତ ଦାସ, ହୁସେନ ଖାଁ, ମନୋଜ ସାହୁ, କମଳ ସାହୁ, ବିଭୁପ୍ରସାଦ ମିଶ୍ର, ବିନୋଦିନୀ ମହାନ୍ତି,ପୁର୍ଣ୍ଣଚନ୍ଦ୍ର ନାୟକ, ଅଶୋକ ନାୟକ, ପ୍ରତୀକ ମହାପାତ୍ର, ମିର ଅନୁବକର ସିଧିକ, ପିତବାଶ ଖୁଣ୍ଟିଆ, ପ୍ରକାଶ ଚନ୍ଦ୍ର ନାୟକ, ମଦନ କିଶୋଇ, ଅନିଲ ଛୁଆଳସିଂ, କୁଲେସ ମହାନ୍ତି, ସଞ୍ଜୟ ମହାନ୍ତି, ଆଲୋକ ଚନ୍ଦ୍ର ପ୍ରଧାନ, ଶୁରେଶ ମହାରଣା, ନବକିଶେର ସାଥୁଆ,ସଂଗ୍ରାମ ପାଇକରା, ସୁରେନ୍ଦ୍ର ନାୟକ ପ୍ରମୁଖ ସତାଧୂକ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ସେବାଦଳର କାର୍ଯ୍ୟକର୍ତ୍ତା ମଶାଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *