କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ମତଦାତା ଶପଥ ଗ୍ରହଣ

କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ମତଦାତା ଶପଥ ଗ୍ରହଣଫୁଲବାଣୀ, ୨୨/୦୧/୨୦୨୬ଜାତୀୟ ମତଦାତା ଦିବସ–୨୦୨୬ ଅବସରରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମତଦାତା ସପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ କୁଶଳ ଚନ୍ଦ୍ର ନାୟକ ମହୋଦୟ,ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମତଦାତା ଶପଥ ପଠନ କରାଇଥିଲେ।

ଏଥିରେ ଉପଜିଲ୍ଲାପାଳ, ସମସ୍ତ ସହକାରୀ ଜିଲ୍ଲାପାଳ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିର୍ଭୟ, ନିଷ୍ପକ୍ଷ ଓ ସଚେତନ ଭାବରେ ମତଦାନ କରିବା ସହ ଦାୟିତ୍ୱଶୀଳ ନାଗରିକ ଭାବେ କର୍ତ୍ତବ୍ୟ ପାଳନ ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *