ମତଦାନ ପାଇଁ ତେଲୁଗୁ ଭାଷାରେ ଅନୁରୋଧ କଲେ ଜିଲ୍ଲାପାଳ
***ପୁରୀ ୧୦/୫ ନିର୍ବାଚନ ଗଣତନ୍ତ୍ର ର ମହାପର୍ବ।ଏହି ମହାପର୍ବ ରେ ପ୍ରତ୍ୟେକ ଭୋଟର ସାମିଲ ହୋଇ ନିଜର ବିବେକାନୁମୋଦିତ ମୂଲ୍ୟବାନ ଭୋଟ କୁ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି। ମଇ ମାସ ୨୫ ତାରିଖରେ ଆଗାମୀ ନିର୍ବାଚନ ପାଇଁ ପେଣ୍ଠକଟା ଅଞ୍ଚଳରେ ରହୁଥିବା ସମସ୍ତ ଭୋଟର ମାନେ ନିଶ୍ଚିତ ମତଦାନ କରିବାକୁ ତେଲୁଗୁ ଭାଷା ରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି।ଗତକାଲି ଅପରାହ୍ନ ରେ ପେଣ୍ଠକଟା ସ୍ଥିତ ମତ୍ସ୍ୟଯିବି ସଭାଗୃହ ଠାରେ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା।

ପୂର୍ବ ନିର୍ବାଚନ ମାନଙ୍କ ରେ ପେଣ୍ଠକଟା ଅଞ୍ଚଳରେ ମତଦାନ ହାର କମ ରହିଥିବାରୁ ଚଳିତ ନିର୍ବାଚନ ରେ ଯେପରି ଅଧିକ ମତଦାନ ହୁଏ ସେଥିପାଇଁ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରିଥିଲେ।।ନିଜ ଭାଷା ଜିଲ୍ଲାପାଳ ଙ୍କ ମୁହଁରେ ଶୁଣି ଭୋଟର ମାନେ ଖୁସି ବ୍ୟକ୍ତ କରିବା ସହ ନିଶ୍ଚିତ ମତଦାନ କରିବେ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର,ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପର୍ଯ୍ୟବେକ୍ଷକ ଙ୍କ ଲିଆସନିଙ୍ଗ ଅଫିସର ହିମାଂଶୁ ଭୂଷଣ ସମର୍ଥା,ସମାଜସେବୀ ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗ ଦେଇଥିଲେ।ସେହି ପରି ଜିଲ୍ଲା ପ୍ରଶାସନ ତରଫରୁ ବାଲି ନୋଳିଆ ସାହି ଓ ନିକଟ ବର୍ତୀ ଅଞ୍ଚଳରେ କିପରି ଅଧିକ ସଂଖ୍ୟାରେ ଭୋଟ ଦାନ ହେଇ ପାରିବ ସେଥି ପାଇଁ ପୁରୀ ବିଚ୍ ଲାଇଫ ଗାର୍ଡ ମହସଂଘ ସହିତ ମଧ୍ୟ ଗୁରୁବାର ଦିନ ସମୁଦ୍ର କୂଳରେ ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀ ବୈଠକ କରି ଭୋଟ ଦାନ ସମ୍ପର୍କିତ ସଚେତନତାର ବାର୍ତ୍ତା ଦେଇ ଥିଲେ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ସୂଚନା ଯୋଗ୍ୟ ଯେ ମତଦାନ ହାର ବଢାଇବା ପାଇଁ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ଅନୁସାରେ ଏହା କୁ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି।
