ପ୍ରାର୍ଥୀ ମାନଙ୍କୁ ଖର୍ଚ୍ଚ ରେଜିଷ୍ଟର ପରିଚାଳନା ସଚେତନତା
ପୁରୀ ୧୦/୫ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିନ୍ଦ୍ୱଦିତା କରୁଥିବା ସମସ୍ତ ୭ ପ୍ରାର୍ଥୀ ଓ ସେମାନଙ୍କ ଖର୍ଚ୍ଚ ପରିଚାଳନା ପ୍ରତିନିଧି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।ନାମାଙ୍କନ ପର ଠାରୁ ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କୁ ଯେପରି ସୁରୁଖୁରୁରେ ଓ ବିନା କୌଣସି ସମସ୍ୟା ରେ ପ୍ରାର୍ଥୀ ମାନଙ୍କ ଦୈନନ୍ଦିନ ରେଜିଷ୍ଟର ରେ ଲିପିବଦ୍ଧ ହେବ ସେ ସମ୍ପର୍କରେ ଲୋକସଭା ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର ବିଷଦ ଭାବେ ଅବଗତ କରାଇଥିଲେ।ଚଳିତ ମାସ ୧୨,୧୮ ଓ ୨୨ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସର୍କିଟ ହାଉସ ଠାରେ ଆକାଉଟିଙ୍ଗ ଟିମ ମାଧ୍ୟମରେ ଏହି ଖର୍ଚ୍ଚ ରେଜିଷ୍ଟର କୁ ତଦାରଖ କରିବେ।

ପ୍ରାର୍ଥୀ ମାନେ ନିର୍ବାଚନ ରେ ବ୍ୟବହାର କରୁଥିବା ଗାଡି, ଶୋଭାଯାତ୍ରା,ପ୍ରଚାର ,ମିଟିଂ ଆୟୋଜନ ପାଇଁ ପୂର୍ବରୁ ଅନୁମତି ନେବା ବିଧେୟ।ପ୍ରଚାର ପତ୍ର, ଲିଫଲେଟ ଇତ୍ୟାଦି ପ୍ରସ୍ତୁତି ସମୟରେ ସମ୍ପୃକ୍ତ ପ୍ରକାଶକ ଓ ମୁଦ୍ରଣକାର ଙ୍କ ନାମ, ଠିକଣା ଓ ପ୍ରସ୍ତୁତ ସଂଖ୍ୟା ରହିବ।ଏହାର ଖର୍ଚ୍ଚ କୁ ରେଜିଷ୍ଟର ରେ ଲିପିବଦ୍ଧ କରାଯିବ।ସେହିପରି ପ୍ରାର୍ଥୀ ମାନଙ୍କ ପ୍ରଚାର, ପ୍ରାର୍ଥୀ ମାନଙ୍କ ପାଇଁ ଆସୁଥିବା ଷ୍ଟାର ପ୍ରଚାରକ ଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା।ପ୍ରାର୍ଥୀ ମାନେ ଜିଲ୍ଲା ସ୍ତରରେ ସେମାନଙ୍କ ପ୍ରଚାର ପାଇଁ ଖବରକାଗଜ ବା ବୈଦୁତିକ ଗଣମାଧ୍ୟମ ରେ ବିଜ୍ଞାପନ ଦେବାକୁ ଚାହୁଁ ଥିଲେ ଏମସିଏମସିରେ ତାହାର ସାର୍ଟିଫିକେସନ କରାଇବା ଜରୁରୀ।ଏହାର ଖର୍ଚ୍ଚ ମଧ୍ୟ ପ୍ରାର୍ଥୀ ଖର୍ଚ୍ଚ ରେଜିଷ୍ଟର ରେ ଲିପିବଦ୍ଧ କରିବେ।ଉପରୋକ୍ତ ତାରିଖ ରେ ଆକାଉଣ୍ଟିଂ ଟିମ ଓ ପ୍ରାର୍ଥୀ ବା ପ୍ରାର୍ଥୀ ମାନଙ୍କ ପ୍ରତିନିଧି ଙ୍କ ଉପସ୍ଥିତ ରେ ତାହାର ତଦାରଖ କରାଯିବ।ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଆକାଉଣ୍ଟିଂ ଟିମ ମୁଖ୍ୟ ଜିଲ୍ଲା ଟ୍ରେଜେରୀ ଅଧିକାରୀ ମନ୍ମଥ କୁମାର ପ୍ରଧାନ,ଲିଆସନିଙ୍ଗ ଅଫିସର ହିମାଂଶୁ ଭୂଷଣ ସମର୍ଥା,ପ୍ରାର୍ଥୀ ଓ ପ୍ରାର୍ଥୀ ଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
