ମତଦାନ ପାଇଁ ସାହି ମୁରବି ଙ୍କୁ ଅନୁରୋଧ

ମତଦାନ ପାଇଁ ସାହି ମୁରବି ଙ୍କୁ ଅନୁରୋଧ।ପୁରୀ ୧୧/୫ ପୁରୀ ଜିଲ୍ଲାରେ ପୂର୍ବ ନିର୍ବାଚନ ଅପେକ୍ଷା ଯେପରି ଅଧିକ ମତଦାନ ହେବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଚଳିତ ନିର୍ବାଚନ ରେ ଯେପରି ଅଧିକ ରୁ ଅଧିକ ମତଦାନ ହେବ ସେଥିପାଇଁ ମତଦାତା ଙ୍କୁ ସଚେତନ କରାଯାଉଛି।

ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଗତକାଲି ସିଂହଦ୍ଵାର ନିକଟରେ ପୁରୀ ର ବିଭିନ୍ନ ସାହି ମୁରବି ମାନଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ।ଏହି ପତ୍ର ମାଧ୍ୟମରେ ସେମାନଙ୍କ ସାହିର ସମସ୍ତ ଭୋଟର ମାନେ ଯେପରି ଚଳିତ ମାସ ୨୫ ତାରିଖରେ ନିଜ ନିଜ ବୁଥ ମାନଙ୍କ ରେ ମତଦାନ କରିବେ ସେଥିପାଇଁ ନିବେଦନ କରିଥିଲେ।ଏକ ଦୃଢ ଗଣତନ୍ତ୍ର ପାଇଁ ମତଦାନ ଜରୁରୀ।ଆଉ ମତଦାନ ହେଉଛି ଗଣତନ୍ତ୍ର ର ମହାପର୍ବ।ଏଥିରେ ସମସ୍ତେ ସାମିଲ ହେବାକୁ ଜିଲ୍ଲାପାଳ ଆହ୍ୱାନ ଦେବା ସହ ମତଦାନ ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *