ଭି ଆର ଓ ରେ ମିରର ବର୍କ ହାଣ୍ଡ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ.
ବଡ଼ଚଣା :ଚଣ୍ଡିଖୋଲ ସ୍ଥିତ ଭି ଆର ଓ ସଂସ୍ଥା ଦ୍ଵାରା ଯୁବ ଦକ୍ଷତା ବିକାଶ କେନ୍ଦ୍ରରେ ଏକ ଦିବସ ମିରର ବର୍କ ହାଣ୍ଡ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଗ୍ରାମୀଣ ମହିଳା ମାନଙ୍କୁ ସୃଜନଶୀଳ ଓ ଆଦାୟ ମୂଳକ ଦକ୍ଷତାରେ ଶଶକ୍ତ କରିବା ଲକ୍ଷ୍ୟ ନେଇ ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୩୬ ରୁ ମହିଳା ଓ ଯୁବତୀ ଯୋଗଦେଇ ଯେଉଁଠାରେ ସେମାନେ ପାରମ୍ପରିକ ମିରର ବର୍କର ମୌଳିକ ଉଚ୍ଚ ସ୍ତରୀୟ ସିଲାଇ, ଫାବ୍ରୀକ ଡିଜାଇନ ଲେଆଉଟ, ଥ୍ରେର୍ଡ ବର୍କ, ବର୍ଡର ଫିନିସ ଓ ମୋଟିଆ ତିଆରି ଦକ୍ଷତା ଶିକ୍ଷିଥିଲେ। ପ୍ରଶିକ୍ଷକ ମାନେ ଡେମୋନଷ୍ଟ୍ରେସନ ଦେଇ ସମସ୍ତ ପ୍ରଶିକ୍ଷାର୍ଥିଙ୍କୁ ସୁନ୍ଦର ଏମ୍ବ୍ରଏଡ୍ରୀ ନମୂନା ସମ୍ପୁର୍ଣ୍ଣ କରିବାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷାର୍ଥି ମାନଙ୍କ ଦ୍ବାରା ପ୍ରସ୍ତୁତ ଏମ୍ବ୍ରଏଡ୍ରୀ ପ୍ରଦର୍ଶନ ହୋଇଥିଲା ଯେଉଁଥିରେ ସେମାନଙ୍କର ସୃଜନଶୀଳତା ଓ ଉନ୍ନତିକୁ ଦେଖା ଯାଇଥିଲା।ଭି ଆର ଓ ଟିମ ପ୍ରଶିକ୍ଷକ ମାନଙ୍କ ଉତ୍ସାହକୁ ସ୍ବାଗତ କରି ସେମାନଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ପ୍ରଚେଷ୍ଟା ମାଧ୍ୟମରେ ସମର୍ଥନ ଜାରି ରଖିବାରେ ମନୋଭାବ ପୁନଃ ଜାଗରଣ କରିଥିଲେ।କେନ୍ଦ୍ର ପରିଚାଳିକା ଭାରତୀ ପଲେଇ ଓ ସଂଯୋଯକ ଅଶୋକ ସେଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
