ପୁରୀ ସମବାୟ ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ୍ୱାକ୍‌ଥନ୍ ୨୦୨୫

ପୁରୀ ଆଜି ତା ୦୮-୦୩-୨୫ରିଖ ସକାଳ ୭ ଘ. ୩୦ମି. ସମୟରେ ଡି.ଆର୍.ସି.ଏସ୍. ଅଫିସ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ୍ୱାକ୍‌ଥନ୍ କରାଯାଇଅଛି । ପ୍ରଥମେ ପ୍ରାରମ୍ଭରୁ ଡ଼ିଡ଼ିଏସ୍ (ନାବାର୍ଡ) ସସ୍ମିତା ପୃଷ୍ଟି ପତାକା ହଲାଇ ରାଲି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ମହିଳା ଦିବସ ରାଲି ମୋଟ ୫୦ ଜଣ ମହିଳାଙ୍କୁ ନେଇ ରାଲି କରାଯାଇଥିଲା। ଉକ୍ତ ରାଲି ସବମାୟ କାର୍ଯ୍ୟାଳୟ ଠାରୁ ପଦଯାତ୍ରା ବାହାରି ଭି.ଆଇ.ପି. ରୋଡ୍ ଦେଇ ସାଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଉକ୍ତ ଗାଲିରେ ଡେପୁଟିରେଜିଷ୍ଟର କୋପରେଟିଭ୍ ସୋସାଇଟ୍ ସୁନିତା ପତି, ସିନିୟର ଏ.ଆର୍.ସି.ଏସ୍.-ସ୍ଵରୂପ କର, ଏ.ଆର୍.ସି.ଏସ – ସନାତନ ବେହେରା, ବ୍ୟାଙ୍କ ସେକ୍ରେଟାରୀ ବନଶ୍ରୀ ମଲ୍ଲିକ୍ ସମେତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *