ଜଳ ସଂରକ୍ଷଣ ଓ ପରିଚାଳନା ତାଲିମ ଶିବିର
21/03/26,ଦଶପଲ୍ଲା ( )ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପୋଖରୀ ଗୋଚ୍ଛା ଗ୍ରାମ ପଞ୍ଚାୟତ ଅଧୀନ ଆଦିମ ଅଧିବାସୀ ଗ୍ରାମ ଉଡୁଡ଼ାରେ ପ୍ରକଳ୍ପ ଅଧିକାର ଦ୍ୱାରା ପ୍ରକାଶ ମଣ୍ଡଳଙ୍କ ଆୟୋଜନ କ୍ରମେ ଗ୍ରାମ ଗୋଷ୍ଠୀଙ୍କ ସହଭାଗିତାରେ ଜଳ ସଙ୍କଟ, ଜଳ ପରିଚାଳନା, ଜନ ବନ ସଂରକ୍ଷଣ, ଜଳ ପ୍ରଦୂଷଣ ଓ ବନ ସୁରକ୍ଷା ବିଷୟରେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଶ୍ୱ ଜଳ ଦିବସର ବୈଶିଷ୍ଟ୍ୟ ଓ ସାମ୍ପ୍ରତିକ ପରିସ୍ଥିତିରେ ଜଳ ସଙ୍କଟ ଓ ଜଳ ସଂରକ୍ଷଣ,ସଠିକ ପରିଚାଳନା ସହିତ ନାରୀ ଅଧିକାର ଓ ନାରୀ ସୁରକ୍ଷା ଉପରେ ଅଧିକାର ମିତ୍ର ଶ୍ରୀମତୀ ଉର୍ମିଳା ଯାନୀ ସମସ୍ତ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।ଗ୍ରାମ୍ୟ ୱାର୍ଡ ମେମ୍ବରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏ ଜଳ ଦିବସ ପାଳନ ଉତ୍ସବ ରେ ଗ୍ରାମ୍ୟ ମହିଳା ମାନେ ନିଜ ନିଜର ଜୀବନ ଜୀବିକା ଓ ଜଳ ଜମି ଜଙ୍ଗଲର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ମତାମତ ପ୍ରଦାନ କରିଥିଲା ବେଳେ ଗ୍ରାମ୍ୟ କମିଟି ସଦସ୍ୟ ବୃନ୍ଦ ବନ ସୁରକ୍ଷା ଓ ନିଆଁ ଦାଉରୁ ଗ୍ରାମ୍ୟ ଜଙ୍ଗଲକୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପ୍ରକଳ୍ପ ଅଧିକାର ଦ୍ୱାରା ଜଳ ସଂରକ୍ଷଣ, ବନ ସୁରକ୍ଷା ଓ ଜୀବ ଜଗତ ରକ୍ଷା ଉପରେ ଆଧାରିତ ସଚେତନତା ଧର୍ମୀ ଗୀତ ପରିବେଷଣ କରାଯିବା ସହିତ ଏହାର ଆବଶ୍ୟକତା ଓ ଗୁରୁତ୍ୱ ବିଷୟରେ ବାର୍ତ୍ତା ପ୍ରଦାନ କରାଯାଇଥିଲା ଏଵଂ ଶେଷରେ ଶ୍ରୀନିବାସ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
