ବିନା ସୂଚନାରେ ଜଳ ଯୋଗାଣ ବନ୍ଦ କରିବା ସହିତ ଜଳଯୋଗାଣ ସମୟରେ ପରିବର୍ତ୍ତନକୁ ନେଇ ଲୋକଙ୍କ ମନ ରେ ତୀବ୍ର ଅସନ୍ତୋଷ
କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲାର ଦ୍ଵାର ଦେଶ ହୋଇଥିବା ବେଳେ ଏହି ସହର ର 12 ଟି ୱାର୍ଡ ରେ ପାଖା ପାଖି 14000 ରୁ ଅଧିକ ଲୋକ ବସବାସ କରନ୍ତି ।ସ୍ଥାନୀୟ ବାସିନ୍ଦା ଙ୍କ ବ୍ୟତୀତ ଅନ୍ୟ ଜିଲ୍ଲା ବା ସହର ରୁ ଅନେକ ଲୋକ ବିଭିନ୍ନ ସରକାରୀ ଚାକିରୀ କିମ୍ବା ବେସରକାରୀ ଚାକିରୀ ପାଇଁ ବସବାସ କରିଥାନ୍ତି । ପ୍ରତେକ ମନୁଷ୍ୟ ଜାତୀ ପାଇଁ ଜଳ ଏକ ବହୁ ମୂଲ୍ୟ ନିତ୍ୟ ବ୍ୟବହୃତ ପଦାର୍ଥ ଭାବେ ଗଣିତ ହୋଇଥାଏ ।ରାଜ୍ୟ ସରକାର ସମସ୍ତ ଘରକୁ ଯେମିତି ପାଣି ପହଞ୍ଚି ପାରିବ ସେଥି ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି ।ସ୍ୱଚ୍ଛ ନିର୍ମଳ ଜଳ ଯୋଗାଣ ପାଇଁ ଜଳ ଯୋଗାଣ ବିଭାଗ ଭଳି ବିଭାଗ ମଧ୍ୟ ରହିଛି କିନ୍ତୁ କେତେକ ସରକାରୀ କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଲୋକେ ଦୀର୍ଘ ଦିନ ଧରି ପାଣି ପାଇବାରୁ ବଞ୍ଚିତ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି ।ଏଭଳି ଏକ ଖବର କେସିଙ୍ଗା ଭଳି ସହର ର ଲୋକଙ୍କ ମନରେ ଦୁଃଖ ଭରି ଦେବା ସହିତ ,ଏକ ଜନ ଆନ୍ଦୋଳନ କୁ ଡାକରା ଦେଲା ଭଳି ପରିସ୍ଥିତି ସୃଷ୍ଟି କରୁଛି ।
ସୂଚନା ଅନୁସାରେ ଗତ କିଛି ଦିନ ତଳେ କେସିଙ୍ଗା ସହର ବାସୀଙ୍କୁ ପି ଏଚ୍ ଡି ବିଭାଗ ପକ୍ଷ ରୁ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିଲା ।ଗୋଟେ ଦିନର ବିରତି ପରେ ପୁନର୍ବାର ଜଳ ଯୋଗାଣ ହୋଇଥିଲା ସତ କିନ୍ତୁ ବିନା କୌଣସି ସୂଚନା ରେ ସକାଳ ପରିବର୍ତ୍ତେ ଅପରାହ୍ନ 11 ଟା ରେ ଜଳ ଯୋଗାଣ ହୋଇଥିଲା ।ଦୁଇ ଦିନ ପର୍ଯ୍ୟନ୍ତ 11 ଟା ସମୟ ରେ ଜଳ ଯୋଗାଣ ପରେ ପୁଣି ବିନା ସୂଚନା ରେ ଅପରାହ୍ନ 2.30 ଟା ରେ ଜଳ ଯୋଗାଣ କରାଯାଇଥିଲା ।ସକାଳୁ ଠିକ୍ ସମୟ ରେ ଜଳ ଯୋଗାଣ ନା ହେବାରୁ ଲୋକେ ବହୁ ଆସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏ ନେଇ ଆମେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।ଫୋନ ନ ଉଠାଇବା ତାଙ୍କର ନୀତି ଦିନିଆ କାର୍ଯ୍ୟ ବୋଲି ବହୁ ଲୋକ ଅଭିଯୋଗ କରୁଥିଲେ ସୁଦ୍ଧା ମହାଶୟ। ଙ୍କୁ କିଛି ଯାଏ ଆସେ ନାହିଁ ବୋଲି ସହର ସାରା ଚର୍ଚ୍ଚା ଜୋର୍ ଧରୁଛି ।ଏଭଳି ଅଫିସର ଯିଏ କି ଲୋକଙ୍କ ଟେକ୍ସ ପଇସା ରେ ଦରମା ନେଇ ଲୋକଙ୍କ ଫୋନ ଉଠାଇ ପାରନ୍ତି ନାହିଁ ,ସେଭଳି ଅଫିସର କୁ କେସିଙ୍ଗା ସହର ରୁ ଅନୁତ୍ର ଚାଲିଯିବା କଥା ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।ସେ ଯାହା ବି ହେଉ ନା କାହିଁକି ଲୋକ କେବେ ପୁନଃ ସହଜ ରେ ସ୍ୱଚ୍ଛ ଓ ନିର୍ମଳ ଜଳ ପାଇ ପାରିବେ ତାହା ଦେଖିବାକୁ ବାକି ରହିଲା ।
